Odisha news

୨୮୦ କିଲୋ ଗଞ୍ଜେଇ ସହ ପିକାପ ଭେନ ଜବତ ,ଜଣେ ଗିରଫ

0

ଗଞ୍ଜାମ ଜିଲ୍ଲା (ମନୋରଞ୍ଜନ ଅଧିକାରୀ)ବଡଗଡ଼ ଥାନା ଅନ୍ତର୍ଗତ ଘୁଙ୍ଗି ମନ୍ଦିର ଛକ ଠାରେ ଗଞ୍ଜେଇ ଚୋରା ଚାଲାଣ ହୋଇଥିବା ପିକାପ୍ ଭେନ ସହ ଜଣେ ଗିରଫ । ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟା ଗ୍ରାମର ଧନୁର୍ଦ୍ଧର ବଡକହଁର ପୁଅ କୁବେର ବଡକହଁର । କୁବେରଙ୍କ ପାଖରୁ 280 କିଲୋ ଗଞ୍ଜେଇ ଜବତ ହୋଇଥିବା ବଡଗଡ ପୋଲିସ ସୂଚନା ଦେଇଛନ୍ତି। ସୂଚନା ମୁତାବକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଆଜି ବଡଗଡ ପୋଲିସ ତରଫରୁ ଏକ ନାକାବନ୍ଦି ଘୁଙ୍ଗି ମନ୍ଦିର ଛକ ଠାରେ କରୁଥିବା ବେଳେ ଏକ OR 07P 0401 ପିକାପ ଭେନ ରେ ଗଞ୍ଜେଇ ଗଜପତି ଅଡବା ରୁ ବିକ୍ରି କରିବା ପାଇଁ ନେଇ ଯାଉଥିଲା । ଯାହାକୁ ବଡଗଡ ପୋଲିସ ଧରିବା ସହ ଗଞ୍ଜେଇ ଓ ପିକାପ ଭେନ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ବଡଗଡ ଥାନା ଅଧିକାରୀ ଶ୍ରୀ ସୁରଜ୍ କୁମାର ଝଙ୍କାର । ସୋରୋଡା ରୁ ମନୋରଞ୍ଜନ ଅଧିକାରୀଙ୍କ ରିପୋଟ ସକାଳ ଖବର।

Govt
Leave A Reply