Odisha news

ଓଷ୍ଟା ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

0

ଜଗନ୍ନାଥ ପ୍ରସାଦ : 19/7ଜଗନ୍ନାଥ ପ୍ରସାଦ ବ୍ଲକ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ଏକ ସାଙ୍ଗଠନିକ ବୈଠକ ରାଧା ରମଣ ଉଚ୍ଚ ବିଦ୍ୟାଳୟ, ଝାଡ ଭୂମି ଠାରେ ଅନୁଷ୍ଠିତହୋଇଯାଇଅଛି। ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ଜେନା, ଆଲୋଷ୍ଟା ମୁଖ୍ୟ ଉପଦେଷ୍ଟା ଶ୍ରୀ ଜଗବନ୍ଧୁ ଜେନା, ଅଲୋଷ୍ଟା ଉପଦେଷ୍ଟା ଶ୍ରୀ ରାଜ କୁମାର ସାହୁ, ବ୍ଲକ ପ୍ରଭାରୀ ଶ୍ରୀ ଦିଲ୍ଲୀପ କୁମାର ପ୍ରଧାନ ତଥା ଜିଲ୍ଲା ସହ ସମ୍ପାଦକ ଶ୍ରୀ ପିତାମ୍ବର ପାଢ଼ୀ ଯୋଗଦେଇ ଥିଲେ। ବ୍ଲକ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ ଭବିଷ୍ୟତରେ ସଙ୍ଘର ସମସ୍ତ ଦାବି ଗୁଡ଼ିକୁ ନେଇ ଏକ ବୃହତ୍ତ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆସନ୍ତା 28 ତାରିଖରେ ଅନୁଷ୍ଟିତ ହେବ ବୋଲି ସୂଚନା ଦେଇଛନ୍ତି। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଆମକୁ ସହଯୋଗ କରି ଥିବାରୁ ବ୍ଲକ ସମ୍ପାଦକ ଶ୍ରୀ ଶିବରାମ ମହାରଣା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ। ଏହି ବୈଠକରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Nalco
Leave A Reply