Odisha news

ରଥଯାତ୍ରା ଅବସରରେ ଜିଓର ଅଭିନବ ଜିଓ ଡାଇଭ ଓ ଜିଓ ଟ୍ରୁ ୫ଜି ନେଇ ବିପୁଳ ଉତ୍ସାହ

0

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀରେ ଗୁଣ୍ଡିଚା ମନ୍ଦିର ନିକଟରେ ଜୁନ ୨୧ ତାରିଖରୁ ଆରମ୍ଭ ହୋଇଥିବା ଜିଓ ଷ୍ଟଲରେ ଜିଓର ଭରଚୁଆଲ ରିଆଲିଟି ଉପକରଣ ଜିଓ ଡାଇଭ ଏବଂ ଜିଓ ଟ୍ରୁ ୫ଜି ସେବାକୁ ନେଇ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି । ଜୁନ ୨୧ ରୁ ୨୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଜିଓ ଷ୍ଟଲରେ ଜିଓ ଡାଇଭ ର ମଜା ନେଇଛନ୍ତି ଶତାଧିକ ଛାତ୍ରଛାତ୍ରୀ ଓ ନୂତନ ଜ୍ଞାନକୌଶଳରେ ରୁଚି ରଖୁଥିବା ଯୁବପିଢ଼ି । ଏଥି ସହିତ ଜିଓ ଟ୍ରୁ ୫ଜି ସେବା ଙ ଏହାର ବ୍ୟବହାରିକ ଉପଯୋଗୀତାକୁ ନେଇ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଦ୍ରୁତଗତିରେ ବାସ୍ତବ ୫ଜି ସେବା ସମ୍ପ୍ରସାରଣ ଜାରି ରଖିଥିବା ରିଲାଏନ୍ସ ଜିଓ ଏବେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସହର ଏବଂ ୨୦୦ ରୁ ଉର୍ଧ୍ୱ ସହର ଓ ନଗରରେ ଟ୍ରୁ ୫ଜି ସେବା ଶୁଭାରମ୍ଭ କରିସାରିଥିବା ବେଳେ ୨୦୨୩ ଶେଷ ସୁଦ୍ଧା ସାରା ରାଜ୍ୟରେ ୫ଜି ସେବା ପହଞ୍ଚାଇବାକୁ ଲକ୍ଷ୍ୟରଖିଛି ।

Leave A Reply