Odisha news

ଚାଷ କଲାବେଳେ ବିଲରେ ଟଳି ପଡିଲେ ଚାଷୀ

0

ବୁଗୁଡ଼ା : ୨୩/୦୬/୨୩ :  ବୁଗୁଡ଼ା ବ୍ଲକ ପାଙ୍ଗିଡି ପଞ୍ଚାୟତ ଅନ୍ତର୍ଗତ ଟିକରପଡା ଗ୍ରାମ ନୂଆଁସାହିର ଜନୈକ ଚାଷୀ ବିଲରେ ଟଳି ପଡ଼ିବା ଏବଂ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିବା କରିଥିବା ଜଣାଯାଇଛି  । ମୃତ ଚାଷୀ ଜଣକ ହେଲେ ପଞ୍ଚାନନ ମହାରଣା ( ୪୫)  । ପ୍ରକାଶ ଯେ  ଗୁରୁବାର ଦିନ ପଞ୍ଚାନନ ବିଲରେ ଚାଷକାମ କରୁଥିବା ବେଳେ ହଠାତ୍ ଟଳି ପଡିଲେ  । ଆଖପାଖରେ କାମ କରୁଥିବା ଲୋକେ ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ  । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା  । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।

Govt
Leave A Reply