ହିଟ ୱେଭ ରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁମନ୍ତ୍ର , ଏହି ସମୟରେ ଚା କଫି ଓ ମଦକୁ କରନ୍ତୁ ନମସ୍କାର
ବର୍ତମାନ ଗରମ ର ପ୍ରକୋପ ଏତେ ଅଧିକ ବଢି ଯାଇଛି ଯେ ବଂଚିବା କଷ୍ଟକର ହୋଇ ପଡିଛି l ବର୍ତମାନ ସମୟରେ ଘରୁ ବାହାରକୁ ବାହାରିବାକୁ ମଧ୍ୟ ଭୟ ଲାଗୁଛି l ହିଟ ୱେଭ କାରଣରୁ ସାରା ଭାରତ ଜଳି ଉଠୁଛି l ଲୋକମାନଙ୍କ ଦେହ ରୁ ଝାଳ ଶୁଖୁନାହିଁ l ଏହି ସମୟରେ ଡିହାଇଡ୍ରେସନ , ଥକା ଲଗିବା ଓ ହିଟ ଷ୍ଟ୍ରୋକ ଇତ୍ୟାଦି ଅଧିକ ଦେଖା ଦେଉଛି l ଘର ଭିତରେ ଏସି ରେ ରହିବା ପାଇଁ କୁହାଯାଉଛି l
ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ହିଟ ୱେଭ ରୁ ରକ୍ଷା ପାଇବା ପାଇଁ କିଛି ଗୁରୁମନ୍ତ୍ର ଦିଆଯାଇଛି l ଯାହାକୁ ପ୍ରତ୍ୟେକ ଭାରତୀୟ ମାନିବା ନିହାତି ଜରୁରୀ l
* ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ସମୟରେ ମଦ , ଚା , କଫି ଓ କାର୍ବନେଟେଡ ରହିଥିବା ଥଣ୍ଡା ପାନୀୟ ନିକଟରୁ ଦୂରେଇ ରହିବା ଆବଶ୍ୟକ l କାହିଁକି ନା ଏହାଦ୍ୱାରା ଶରୀରର ଅଧିକ ତରଳ ପଦାର୍ଥ ନଷ୍ଟ ହେବାର ସମ୍ଭାବନା ରହିଛି l
* ଏହି ହିଟ ୱେଭ ଚାଲିଥିବା ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବାସୀ ଖାଦ୍ୟ ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ଭୋଜନ କରିବା ପାଇଁ କୁହାଯାଇଛି l
* ଏହି ସମୟରେ ଅଧିକ ତରଳ ପଦାର୍ଥ ସେବନ କରିବା ଆବଶ୍ୟକ l ଯେପରିକି ସୁରେଇ ପାଣି , ଘୋଳ ଦହି , ଲେମ୍ବୁ ପାଣି ଇତ୍ୟାଦି l ଖାଦ୍ୟ ଯେତିକି ନଖାଇବେ ପାନୀୟ ଅଧିକ ଜରୁରୀ l ନଚେତ ଡି ହାଇଡ୍ରେସନ , ଥକା ଲଗିବା ଇତ୍ୟାଦିର ସମ୍ମୁଖୀନ ହେବେ l
* ଏହାଛଡା ତୈଳ ଯୁକ୍ତ ଖାଦ୍ୟ ଓ ଆମିଷ ଖାଦ୍ୟ ରୁ ଦୂରେଇ ରୁହନ୍ତୁ l ଏଭଳି ଖାଦ୍ୟ ଶରୀର କୁ ଅଧିକ ଉତେଜିତ କରିଥାଏ ଓ ଅଧିକ ଗରମ ହୋଇଥାଏ l
* ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ରୋଷେଇ ଘରର କବାଟ ଝରକା ଖୋଲା ରଖନ୍ତୁ l ବାହାରକୁ ଯିବା ସମୟରେ ଛତା ର ବ୍ୟବହାର କରନ୍ତୁ l ଅଧିକ ଆବଶ୍ୟକ ନହେଲେ ଘର ବାହାରକୁ ବାହାରନ୍ତୁ ନାହିଁ l ହାଲୁକା ଓ ସୁତା ପୋଷାକ ପିନ୍ଧନ୍ତୁ l