ଅନେକ ଅଧ୍ୟୟନ ରୁ ଏହା ଜଣାପଡିଛି ଯେ ୨୪ ଘଂଟାରେ ୩ଟି ମିଲ ପ୍ପ୍ରତ୍ୟେକ ବ୍ୟକ୍ତି ଖାଇବା ଜରୁରୀ l ସକାଳର ଜଳଖିଆ, ମଧ୍ୟାହ୍ନ ଭୋଜନ, ଏହାପରେ ରାତ୍ରୀ ଭୋଜନ ଏହି ୩ଟି ସମୟ ଭୋଜନ ମଣିଷ ଶରୀର ପାଇଁ ନିହାତି ଆବଶ୍ୟକ l ଯଦି ଆପଣ ଏଥି ମଧ୍ୟରୁ ଗୋଟିଏ ମିଲ ମିସ କରୁଛନ୍ତି ତେବେ ଶରୀର ଅସୁସ୍ଥ ହେବାର କାରଣ ହୋଇଥାଏ l
ଗବେଷକ ଙ୍କ ମତରେ ଲୋକେ ଓଜନ ହ୍ରାସ କରିବା ଚକରରେ ଗୋଟିଏ ସମୟ ଖାଇବା ବନ୍ଦ କରି ଦେଉଛନ୍ତି l କିନ୍ତୁ ଏହି ଅଭ୍ୟାସ ଅନେକ ପ୍ରକାର ଶାରୀରିକ ସମସ୍ୟାର କାରଣ ହୋଇଥାଏ l ଗବେଷକଙ୍କ ମତରେ ଯଦି ଆମେ ସକାଳର ଭୋଜନ କରିନଥାଉ ଏହା ଆମ ଶରୀରରେ ଅନେକ ଜଟିଳ ରୋଗର କାରଣ ହୋଇଥାଏ l ଅନ୍ୟ ପକ୍ଷରେ ଗବେଷକ କହିଛନ୍ତି ଯେ ଯଦି ଆପଣ ଗୋଟିଏ ଟାଇମ ର ମିଲ ଖାଉ ନାହାନ୍ତି, ଏହା ହୃଦୟ ରୋଗର ବଡ଼ କାରଣ ଅଟେ l
ଭୋଜନ ନକରିବା ଦ୍ୱାରା ହୋଇଥାଏ ଏହିସବୁ ଅସୁବିଧା –
– ଗବେଷକ ଙ୍କ ମତରେ ଯେତେବେଳେ ଆପଣ କିଛି ଖାଦ୍ୟ ଖାଇ ଥାଆନ୍ତି ଆପଣଙ୍କ ଗଲବ୍ଲଡର ପିତରସ ଛାଡ଼ିଥାଏ, ଯାହାକି ଭୋଜନ ହଜମ କରିବାରେ ସାହାଯ୍ୟ କରିଥାଏ l ଏପରି ସ୍ଥିତିରେ ଯଦି ଆପଣ ଭୋଜନ କରନ୍ତିନାହିଁ , ତେବେ ମଧ୍ୟ ପିତରସ ର ନିର୍ମାଣ ସେହିଭଳି ହୋଇଥାଏ l ଭୋଜନ ର ପାଚନ ରେ ଏହାର ଉପଯୋଗ ନହୋଇ ପାରିବ କାରଣରୁ ଏହା ଆପଣଙ୍କ ପିତ୍ତାଶୟ ର ଥଳି ରେ କୋଲେଷ୍ଟ୍ରଲ ବୃଦ୍ଧି କରିଥାଏ l ଏହି ସ୍ଥିତି ପିତ ର ଥଳିରେ କଠିନ ଭାବରେ ଜମି ଯାଇଥାଏ, ଯେଉଁ କାରଣରୁ ବ୍ଲାଡର ରେ ଷ୍ଟୋନ ସମସ୍ୟା ହୋଇଥାଏ l
– ଅନେକ ଅଧ୍ୟୟନ ରୁ ଜଣାପଡିଛି ଯେ ଯଦି ଆପଣ ଗୋଟିଏ ସମୟର ଭୋଜନ ଯେପରିକି ସକାଳ ସମୟର ଜଳଖିଆ ଖାଇବେ ନାହିଁ ତେବେ ଏହାର ଦୁଃସପ୍ରଭାବ ଆପଣଙ୍କ ଶରୀର ଉପରେ ପଡିବ l ଯେପରିକି ମୋଟାପା, ଉଚ୍ଚ ରକ୍ତଚାପ, ଲିପିଡ଼ ପ୍ରୋଫାଇଲ ସମସ୍ୟା, ମଧୁମେହ ଓ ମେଟାବୋଲିକ ସିଣ୍ଡ୍ରମ ଭଳି ସମସ୍ୟା ଦେଖାଯିବ l ଯାହାକି କାର୍ଡିଓ ମେଟାବୋଲିକ ବିପଦର କାରଣ ହୋଇପାରେ l ତେଣୁ ସବୁଠୁ ଜରୁରୀ ସକାଳ ସମୟରେ ପୌଷ୍ଟିକ ଭୋଜନ ନିହତୀ କରିବା ଜରୁରୀ l
– ଗୋଟିଏ ସମୟର ଭୋଜନ ନଖାଇବା ସର୍ବ ପ୍ରଥମେ ମଧୁମେହ ଦ୍ୱାରା ଆକ୍ରାନ୍ତ କରିଥାଏ l ସକାଳ ଜଳଖିଆ ନକରିବା ଦ୍ୱାରା ଶରୀରରେ ଇନ୍ସୁଲିନ ଉତ୍ପାଦନ ରେ ଅସନ୍ତୁଳନ କୁ ବୃଦ୍ଧି କରିଥାଏ l ଯେଉଁ କାରଣରୁ ବ୍ଲଡ଼ ସୁଗାର ସ୍ତରରେ ପାର୍ଥକ୍ୟ ଦେଖାଯାଇ ଥାଏ l ଅନେକ ମଧୁମେହ ରୋଗୀ ଇନ୍ସୁଲିନ କମିବା କିମ୍ବା ରକ୍ତ ଶର୍କରା ହ୍ରାସ କରୁଥିବା ଔଷଧ ଉପରେ ନିର୍ଭର କରି ଥାଆନ୍ତି l ତେଣୁ ପ୍ରତ୍ୟେକ ବ୍ୟକ୍ତି ଭୋଜନ ସଠିକ ସମୟରେ ଓ ଉଚିତ ମାତ୍ରାରେ ଖାଇବା ଜରୁରୀ l
