ମହାତ୍ମା ବିଦୁର ମହାଭାରତ ର ପ୍ରମୁଖ ଓ ମହାନ ପାତ୍ର ମାନଙ୍କ ମଧ୍ୟରୁ ଜଣେ l ମହାତ୍ମା ବିଦୁର ଦୂରଦର୍ଶୀ ଓ ମହାଜ୍ଞାନୀ ଭାବରେ ଜଣାଶୁଣା l ଆଜି ମଧ୍ୟ ଲୋକେ ନିଜ ଜୀବନ ରେ ବିଦୁରଙ୍କ ନୀତିକୁ ଆପଣାଇ ଜୀବନ ରେ ଆଗକୁ ବଢି ସଫଳତା ଲାଭ କରି ଥାଆନ୍ତି l ମହାତ୍ମା ବିଦୁର ଏଭଳି ୪ଟି କଥା କହିଛନ୍ତି ଯାହା ଗୋଟିଏ ବ୍ୟକ୍ତି ର ଭାଗ୍ୟ ରୁ ଧନୀ ହୋଇ ଥାଆନ୍ତି l
* ବିଦୁର ଙ୍କ ନୀତି ଅନୁସାରେ ମନ ଓ ଶାରୀରିକ ଭାବରେ ମଧୁର ଓ ମୄଦୁଭାଷୀ ପୁରୁଷ-ସ୍ତ୍ରୀ ଙ୍କ ଉପରେ ମା ସରସ୍ବତୀ ଓ ମଲକ୍ଷ୍ମୀ କୃପା ରହିଥାଏ l ବିଦୁରଙ୍କ ନୀତି ଅନୁସାରେ ମଧୁର ବଚନ କହୁଥିବା ବ୍ୟକ୍ତିଙ୍କ ସହିତ ସର୍ବଦା ସେମାନଙ୍କ ଭାଗ୍ୟ ରହିଥାଏ l ମଧୁର ଓ କୋମଳ ଚରିତ୍ର ସର୍ବଦା ଆମକୁ ନିଜର କ୍ରୋଧ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ଓ ସଫଳତା ଏଭଳି ବ୍ୟକ୍ତିଙ୍କ ସହିତ ସର୍ବଦା ରହିଥାଏ l
* ବିଦୁରଙ୍କ ନୀତି ଅନୁସାରେ ଯଦି ସନ୍ତାନ ଆଜ୍ଞାକାରୀ ହୋଇନଥାଏ, ତେବେ କୁଳ ନାଶ ହୋଇଥାଏ l ଯେଉଁ ସନ୍ତାନ ଆଜ୍ଞାକାରୀ ହୋଇ ନଥାଏ ସେ ନିଜ ମାତାପିତା ଙ୍କ ସଂଚିତ ଧନ ନଷ୍ଟ କରିବାରେ ଲାଗିଯାଏ l ଆଜ୍ଞାକାରୀ ସନ୍ତାନ ଙ୍କ ମାତାପିତା ଭାଗ୍ୟଶାଳୀ ହୋଇ ଥାଆନ୍ତି l
* ବିଦୁରଙ୍କ ନୀତି ଅନୁସାରେ ରୁଗଣ ବ୍ୟକ୍ତିଙ୍କ ମସ୍ତିଷ୍କ ଓ ଶରୀର କ୍ଷୀଣ ହେବାକୁ ଲାଗେ l ସେମାନେ କୌଣସି ନିଷ୍ପତି ନେଇ ପାରନ୍ତି ନାହିଁ କିମ୍ବା କୌଣସି କାର୍ଯ୍ୟ କରିପାରନ୍ତି ନାହିଁ l ବାରମ୍ବାର ରୋଗରେ ପୀଡିତ ହେବା ଦ୍ୱାରା ଧନହାନୀ ହୋଇଥାଏ l ତେଣୁ ଭାଗ୍ୟରେ ଥିଲେ ମଣିଷକୁ ସୁସ୍ଥ ଶରୀର ମିଳିଥାଏ ଓ ସେ ସମସ୍ତ ରୋଗ ଠାରୁ ଦୁରେଇ ରହିଥାଏ l
* ବିଦୁରଙ୍କ ନୀତି କହୁଛି ଯେ ଶାସ୍ତ୍ର ଅନୁସାରେ ଜ୍ଞାନ ମଣିଷର ଏଭଳି ବଳ, ଯାହାକୁ କେହି ଚୋରି କରି ପାରନ୍ତି ନାହିଁ କିମ୍ବା ନେଇ ପାରନ୍ତି ନାହିଁ l ଜ୍ଞାନ ଗ୍ରହଣ ବା ଲାଭ ଭାଗ୍ୟରେ ଥିଲେ ମଣିଷକୁ ମିଳିଥାଏ l ଯାହା ତାକୁ ସଠିକ ଦିଗ ଦର୍ଶନ କରାଇଥାଏ l