ହବାର୍ଡ ବିଶ୍ୱବିଦ୍ୟାଳୟ ର ଗବେଷଣା କହୁଛି ବର୍ତମାନ ପୁରୁଷ ମାନଙ୍କ ଅପେକ୍ଷା ମହିଳାମାନେ ହେଉଛନ୍ତି ଅଧିକ ମଦ୍ୟପାନ ର ଶିକାର, ଏହା ପଛରେ କଣ ରହିଛି କାରଣ
ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ମଦ୍ୟପାନ କୁ ନିଜ ଲାଇଫ ଷ୍ଟାଇଲ ରେ ଶାମିଲ କରିଛନ୍ତି l ଆଗରୁ ଦେଖିବାକୁ ମିଳୁଥିଲା ପୁରୁଷମାନେ ମଦ୍ୟପାନ ରେ ସବୁଠୁ ଆଗରେ ରହୁଥିଲେ l କିନ୍ତୁ ବର୍ତମାନ ଏହି ସମସ୍ତ କଥା ଖୁବ ପୁରୁଣା ହୋଇ ଯାଇଛି l ମହିଳାମାନେ ସମସ୍ତ ସ୍ଥାନରେ ପୁରୁଷ ମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି ଓ ସେହିଭଳି ପୁରୁଷ ମାନଙ୍କୁ ମଧ୍ୟ ମଦ୍ୟପାନ ରେ ପଛରେ ପକାଇ ଦେଇଛନ୍ତି l ୧୯୯୧ ରୁ ୨୦୦୦ ମଧ୍ୟରେ ଜନ୍ମ ନେଇଥିବା ମହିଳାମାନେ ସେତିକି ମଦ୍ୟପାନ କରୁଛନ୍ତି ଯେତିକି ପୁରୁଷମାନେ ପିଉଛନ୍ତି l କେବଳ ସେତିକି ନୁହେଁ ଏହି ମଦ୍ୟପାନ ଏତେ ବୃଦ୍ଧି ହୋଇଛି ଯେ ଗୋଟିଏ ପିଢ଼ି ପଛରେ ରହି ଯାଇଛି l
କିନ୍ତୁ ଫେସନେବୁଲ ଓ ମର୍ଡନ ହେବା ଚକରରେ ମହିଳାମାନଙ୍କୁ ମଦ୍ୟପାନ ଖରାପ ପ୍ରଭାବ ଘେରି ଯାଇଛି l ବୈଜ୍ଞାନିକ ଙ୍କ ମତ ଅନୁସାରେ ମହିଳାମାନଙ୍କ ଉପରେ ମଦ୍ୟପାନ ର ପ୍ରଭାବ ପୁରୁଷ ମାନଙ୍କ ତୁଳନାରେ ଅଧିକ ପ୍ରଭାବ ପକାଉଛି l ହାବାର୍ଡ ମେଡିକାଲ ସ୍କୁଲ ର ମନୋବିଜ୍ଞାନୀ କହିଛନ୍ତି ଯେ ‘ ମହିଳା ମାନଙ୍କ ଉପରେ ମଦ୍ୟପାନ ର ପ୍ରଭାବ ପୁରୁଷଙ୍କ ତୁଳନାରେ ଅଧିକ ଦେଖା ଯାଇଥାଏ l ଏହା ବିଶେଷ ଭାବରେ ମହିଳା ମାନଙ୍କ ମଧ୍ୟରେ ଫ୍ୟାଟ ର ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ଏହାଛଡା ପୁରୁଷ ମାନଙ୍କ ତୁଳନାରେ ମହିଳା ମାନଙ୍କ ନିକଟରେ ଲିଭର ଓ ହାର୍ଟ ସମସ୍ୟା ଅଧିକ ଦେଖା ଯାଇଥାଏ l ‘
ଅନ୍ୟ କାରଣ ଗୁଡିକ କଣ –
– ମହିଳା ମାନେ ମଦ୍ୟପାନ କରିବା ଦ୍ୱାରା ସେମାନଙ୍କ ନିକଟରେ ଲିଭର ସରିଆସିସ ସମସ୍ୟା ପୁରୁଷ ମାନଙ୍କ ତୁଳନାରେ ଅଧିକ ବଢ଼ିଯାଇ ଥାଏ l
– ମହିଳାଙ୍କ ନିକଟରେ ମଦ୍ୟପାନ ଦ୍ୱାରା ପୁରୁଷଙ୍କ ତୁଳନାରେ ଅଧିକ ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ ଓ ବ୍ରେନ ହାମରଜେ ସମସ୍ୟା ଦେଖିବାକୁ ମିଳିଥାଏ l
– ଯେଉଁ ମହିଳାମାନେ ଅଧିକ ମଦ୍ୟପାନ କରନ୍ତି, ସେମାନଙ୍କ ନିକଟରେ ପୁରୁଷ ଙ୍କ ତୁଳନାରେ ଅଧିକ ହାର୍ଟ ଆଟାକ ହେବାର ସମ୍ଭାବନା ରହିଥାଏ l
– ମହିଳାମାନେ ଅଧିକ ମଦ୍ୟପାନ କରିବା ଦ୍ୱାରା ଗଳାରେ କ୍ୟାନ୍ସର ସହିତ ବ୍ରେଷ୍ଟ କ୍ୟାନ୍ସର ବଢି ଯାଇଛି l ଯାହାକି ଆଗରୁ ଏତେ ଅଧିକ ନଥିଲା l
– ମହିଳାମାନଙ୍କ ଶରୀରରେ ଖୁବ ସୀମିତ ମାତ୍ରାରେ ଆଲକୋହଲ ଡିହାଇଦ୍ରୋଗେନେଜ ଏଞ୍ଜାଇମ ବାହାରିଥାଏ , ଯାହାକି ଲିଭର ରେ ରହିଥାଏ ଓ ଏହା ଶରୀରରେ ଆଲକୋହଲ ନଷ୍ଟ କରିବାର କାମ କରିଥାଏ l ସେଥିପାଇଁ ପୁରୁଷ ମାନଙ୍କ ତୁଳନାରେ ମହିଳା ମାନେ ଅଧିକ ପ୍ରଭାବିତ ହୁଅନ୍ତି l