ବ୍ରହ୍ମପୁର : ଆଜି କାଳବୈଶାଖୀ ପ୍ରଭାବ ରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ର ପ୍ରଭାବ ଫଳରେ ସହରର ଫୋରେଷ୍ଟ ଅଫିସ,ଶଶୀଭୁଷଣ ରଥ ମହିଳା ମହା ବିଦ୍ୟାଳୟ ରୋଡ,କେ ସି ପବ୍ଳିକ ରୋଡ, କମାପଲ୍ଲୀ ମୁଖ୍ୟ ରାସ୍ତା, ହରଡାଖଣ୍ଡୀ ପୋଖରୀ ରାସ୍ତାରେ ବଡ ବଡ ଗଛ ପଡିଯାଇ ଥିଲା। ଶନିବାର ବିଜୁଳି ଘଡ ଘଡି ସହ ବର୍ଷା ଯୋଗୁଁ ରାସ୍ତା ରେ ଯାତାୟତ ରେ ବାଧା ପ୍ରାପ୍ତ ହୋଇ ଥିଲା। କାଳବୈଶାଖୀର ତାଣ୍ଡବ କାରଣରୁ ପ୍ରବଳ ପବନ ଓ ବର୍ଷାରୁ ରାସ୍ତା ଉପରେ ଗଛପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି। ସେପଟେ ପ୍ରବଳ ପବନ ଯୋଗୁ ବିଦ୍ୟୁତ ବିଚ୍ଛିନ୍ନ ହୋଇ ଯାଇଥିଲା।
ତେବେ ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ଏହି ତାଣ୍ଡବ ଦେଖିବାକୁ ମିଳିଛି । ଗଛପଡି ରସ୍ତା ବନ୍ଦ ହେବା ସହ ଆନେକ ସ୍ଥାନରେ ବିଦ୍ୟୁତତାର ଛିଣ୍ଡିବା ଫଳରେ ବିଦ୍ୟୁତସରବାହ ଠପ୍ ହୋଇଛି । ସେପଟେ ଗଛକାଟି ରାସ୍ତା ସଫା କାର୍ଯ୍ୟରେ ଲାଗିଛି ଅଗ୍ନିଶମ ବାହିନୀ । ସେହପରି ଜାତୀୟ ରାଜପଥର ଉପରେ ପ୍ରବଳ ପବନରେ ଭାଙ୍ଗି ଥିଲା ବଡ଼ ବଡ଼ ଗଛ। ଖବର ପାଇଁ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ରାସ୍ତା ସଫା କରାଯାଇ ଥଲା ଫଳରେ ସାଧାରଣ ଲୋକଙ୍କ ଯାତାୟାତରେ ସୁବିଧା ହୋଇ ଥିଲା।
