ଆଠଗଡ଼ ତା ୨୫-୦୪-୨୩ ଆଠଗଡ଼ ମୁଣ୍ଡଳୀ ରାସ୍ତା ରାଜନଗର ଛକ ଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇ ଥିବା ଜଣାପଡିଛି। ଗୁରୁତର ଆହତ ହେଲେ ରାଜନଗର ଗ୍ରାମର ପ୍ରେମାନନ୍ଦ ଦାସ (୫୬) । ସେ ରାସ୍ତା ପାର ହେଉଥିବା ସମୟରେ ଏକ ଯାତ୍ରୀବାହୀ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଆଠଗଡ଼ ଡ଼ାକ୍ତରଖାନାକୁ ନିଆ ଯାଇଥିବା ବେଳେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଜବତ କରିଛି।
