କାକଟପୁର- 23/4 କାକଟପୁର ବ୍ଳକ ଅନ୍ତର୍ଗତ କାଦୁଆ ନୂଆଗାଁ ଗ୍ରାମପଞ୍ଚାୟତ ଉପୁଳା ଗ୍ରାମର କୈଳାସ ଚନ୍ଦ୍ର ପାତ୍ରଙ୍କ ଘର ପୋଡି ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଗୃହପାଳିତ ୩ଟି ଛେଳି ପୋଡି ପାଉଁଶ ହୋଇଯାଇଛି।ଏଭଳି ଏକ ବିପତ୍ତି ସମୟରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକ, ସ୍ଥାନୀୟ ସରପଞ୍ଚ କୃଷ୍ଣ ଚନ୍ଦ୍ର ଜେନା,ବରିଷ୍ଠ ସମାଜସେବୀ ରମେଶଚନ୍ଦ୍ର ପାତ୍ର ଓ ମନୋରଞ୍ଜନ ଜେନା ପ୍ରମୁଖ ବିପନ୍ନ କ୍ଷତିଗ୍ରସ୍ତ ଶ୍ରୀ ପାତ୍ରଙ୍କୁ ସାନ୍ତନା ଦେବାସହ,ରାସନ ସାମଗ୍ରୀ ସହ ଆର୍ଥିକ ସହାୟତା ପୂର୍ବତନ ବିଧାୟକ ଶ୍ରୀ ସେଠୀ ପ୍ରଦାନ କରିଛନ୍ତି। ତୁରନ୍ତ ସରକାରୀ ଅନୁଦାନ ଯୋଗାଇ ଦେବାକୁ ସେ କାକଟପୁର ତହସିଲଦାର ବିରଞ୍ଚିନାରାୟଣ ବେହେରା ଓ ବିଡ଼ିଓ ତୁଷାର ଜ୍ୟୋତି ରଞ୍ଜନ ଠାରେ ଦାବି କରିଛନ୍ତି।