ନୁଆପଡ଼ା-୨୩/୪ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ନୁଆପଡ଼ା ମିନି ଷ୍ଟାଡିୟମ ପରିସର ସ୍ଥିତ ଜାତୀୟ ରାଜପଥ ନମ୍ବର- ୩୫୩ ପାର୍ଶ୍ଵସ୍ଥ ମାର୍କେଟ କମ୍ପ୍ଲେକ୍ସ ଠାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ କରକମଳରେ ଅମୂଲ ପାର୍ଲର ଶୁଭ ଉଦଘାଟିତ ହୋଇ ଯାଇଛି। ଏ ଅବସର ରେ ପ୍ରୋପାଇଟର ଦୁର୍ଗା ପ୍ରସାଦ ସାହୁ ପାର୍ଲର ବିଷୟ ରେ ବିଶଦ ଭାବେ ବୁଝାଇ କହିଲେ ଯେ, ଅମୂଲ କମ୍ପାନୀ ର ସମସ୍ତ ଉତ୍ପାଦନ ଦ୍ରବ୍ୟ ସୁଲଭ ମୂଲ୍ୟ ରେ ଯୋଗାଇବା ସହ ଗୁଣବତ୍ତା ସହ ସାଲିସ କରାଯିବ ନାହିଁ। ଗୋରସ, ରାବଡି, ଛେନା, ଲହୁଣୀ, ଘୋଲ ଦହି, ଆଇସକ୍ରିମ, ଲସି ଇତ୍ୟାଦି ପାର୍ଲର ଖୋଲୁ ଖୋଲୁ ଗରାଖ କିଣି ନେଇ ଥିଲେ। ଉପ୍ତ ପାର୍ଲର ନୂଆପଡ଼ା ସହର ର ମଧ୍ୟସ୍ଥଳ ରେ ଅବସ୍ଥିତ ହୋଇଥିବାରୁ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଏ ଅବସର ରେ ପିତା ଯୁରିନାଥ ସାହୁ, ଅଶୋକ ଜେନା, ଯୁବ ଆଇନଜୀବୀ ଅଶ୍ଵିନୀ ବାଗ, ସିତୁ ବୋଧନକର , ବିଶିଷ୍ଟ ଅତିଥି ମନୋ ରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ଆଇଚ, ପ୍ରାଣକୃଷ୍ଣ ପାଢ଼ୀ, ବୈକୁଣ୍ଠନାଥ ପରିଡ଼ା, ସାମ୍ବାଦିକ ସୁରେନ୍ଦ୍ର ତିୱାରୀ, ସୁରେଶ ପରିଡ଼ା, ଓ ବ୍ୟବସାୟୀ ସତପାଲ ସିଂ ବଗା ପ୍ରମୁଖ ସହ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।