Odisha news

କାଳବୈଶାଖୀରେ ୩ ଲୋକଙ୍କ ଉଡିଗଲା ଛପର

0

ବେତନଟୀ : ରବିବାର ଅପରାହ୍ନରେ ହଠାତ ଝଡପବନ ମାଡି ଆସିବା ଫଳରେ ବେତନଟୀ ମହାନ୍ତସାହିର ୩ପରିବାରର ଛପର ଉଡାଇ ନେଇଯିବା ଫଳରେ ସେମାନେ ବେଘର ହୋଇଯାଇଥିବା ସୂଚନା ମିଳିଛି l ଆଜି ଦିନ ତମାମ ପ୍ରବଳଗରମ ରହିଥିବାବେଳେ ପୂର୍ବାହ୍ନରେ ବେତନଟୀର ପାରଦ ମଧ୍ୟ ୪୦ଡିଗ୍ରୀରୁ ଅଧିକ ଥିଲା l ହେଲେ ଅପରାହ୍ନରେ ହଠାତ କାଳ ବୈଶାଖୀର ଝଡବାତ୍ୟା ସହ ପବନ ମାଡି ଆସିଥିଲା ଓ ମୁହୂର୍ତକ ମଧ୍ୟରେ ୩ ପରିବାରର ଛପର ଉଡାଇନେଇଯାଇଥିଲା l ହେଲେ ସୌଭାଗ୍ୟବଶତଃ ଛପର ଉଡିବା ବ୍ୟତୀତ ଅନ୍ୟ କୌଣସି ଅପ୍ରିତିକର ଘଟଣା ଘଟିନଥିଲା କି କାହାରି ଜନଜୀବନ କ୍ଷତିଗ୍ରସ୍ତ ହୋଇନଥିଲା l ପ୍ରାପ୍ତ ସୂଚନା ଅନୁଯାଇ ଏହି ବାତ୍ୟା ପ୍ରଭାବରେ ବେତନଟୀ ଆନନ୍ଦବଜାର ସ୍ଥିତ ବୈଦେହୀ ମହାନ୍ତ, ଲିଲିମଣୀ ମହାନ୍ତ ଓ ସାରଥି ମହାନ୍ତଙ୍କ ଛପରଘର ଉଡି ଯାଇଥିଲା ଓ  ଏହି ତିନି ପରିବାରକୁ ବେଘର କରିଦେଲା ।

Leave A Reply