ନୂଆପଡ଼ା, ୧୪/୦୪ // ଭୁବନେଶ୍ୱର ଠାରେ ଅପ୍ରେଲ ୨୭ରୁ ଆରମ୍ଭ ହେବାକୁ ଥିବା ଏଜୁକେସନ ୱାର୍କିଙ୍ଗ୍ ଗ୍ରୁପ ଜି-୨୦ ସମ୍ମେଳନର ‘ଜନ ଭାଗିଦାରୀ’ ସଚେତନତା କାର୍ଯ୍ୟକ୍ରମ ଭାବେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ, ନୂଆପଡ଼ା ଦ୍ୱାରା ଆଜି ସର୍କିଟ ହାଉସ ନିକଟସ୍ଥ କାର୍ଯ୍ୟାଳୟ ପରିସରରେ ଏକ ପାରମ୍ପରିକ ପିଠାପଣା ମହୋତ୍ସବ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନର ନୂଆପଡ଼ା ଓ କୋମନା ବ୍ଲକ୍ର ମୋଟ ୧୫ ଜଣ ହିତାଧିକାରୀ ଓ ତାଲିମଦାତ୍ରୀ ଯୋଗଦେଇ ଓଡ଼ିଶାର ପାରମ୍ପରିକ ପିଠାପଣା ପ୍ରଦର୍ଶିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦର୍ଲିପଡ଼ା ପି.ଏଚ୍.ସି.ର ଡାକ୍ତର ଏସ୍. ଡାଏନା, ଯୁବ ଉଦ୍ୟୋଗୀ ପ୍ରଫୁଲ୍ଲ କୁମାର ରାଉତ ଓ ନୁଆପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସରସ୍ୱତୀ ଶବର ବିଚାରକ ଭାବେ ଯୋଗଦେଇଥିଲା ବେଳେ ସ୍ଥାନୀୟ ଅଂଚଳର ପ୍ରାୟ ୮୦ ଜଣ ମହିଳା, ପୁରୁଷ ଓ ଶିଶୁ ମହୋତ୍ସବରେ ପାରମ୍ପରିକ ପିଠାପଣା ବୁଲି ଦେଖିବା ସହିତ ନିଜ ପସନ୍ଦର ପିଠାପଣାର ସ୍ୱାଦ ଚାଖିଥିଲେ । ପିଠାପଣାର ସ୍ୱାଦ, ପରିବେଷଣ ଓ ପ୍ରସ୍ତୁତି ଆଧାରରେ ବିଚାରକଙ୍କ ନିଷ୍ପ ି ଅନୁଯାୟୀ ସିନାପାଲିର ଲିପି ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ କ ।ପାଲିର ନିଆମତୀ ଶବର ଓ ତୃତୀୟ ସ୍ଥାନରେ ସିଲଟପାଣିର ସତୀ ମାଝୀ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମ ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ନମିତା ସାହୁଙ୍କ ପ୍ରତ୍ୟକ୍ଷ ତ ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ଅଶ୍ୱିନୀ ମହାନ୍ତି, ସୁଦାମ ସାହୁ, ବିଜୟ ପାଣି ଓ ଅମୀୟ ଦାସ ଆଦି ସହଯୋଗ କରିଥିଲେ ।