ବେତନଟୀ : ସାଧାରଣ ଜୀବନ ଯାପନ ପାଇଁ ବିଜୁଳି ଶକ୍ତିର ଆବଶ୍ୟକତା ମାନବ ଜୀବନ ପାଇଁ ଅପରିହାର୍ଯ୍ୟ ହୋଇପଡିଛି। ପ୍ରତ୍ୟେକ କ୍ଷେତ୍ରରେ ବିଜୁଳି ଶକ୍ତିର ବ୍ୟବହାର ବିନା ସବୁ ଯେମିତି ଅସମ୍ଭବ ହେଇ ପଡିଛି। ସେଥିପାଇଁ ସବୁଠାରୁ ତଳ ସ୍ତର ଠାରୁ ମହାନ ବ୍ୟକ୍ତିବିଶେଷ ପର୍ଯ୍ୟନ୍ତ ସମସ୍ତେ ବିଜୁଳି ଉପରେ ଭରଷା କରିଯାଇଛନ୍ତି। ଟାଟା ପାୱାର ବିଜୁଳି ପରିବଣ୍ଟନ ବ୍ୟବସ୍ଥା ଦାୟିତ୍ଵ ନେବାପରେ ବହୁତ କ୍ଷେତ୍ରରେ ସୁଧାର ଆସିଛି ସତ ମାତ୍ର ବିଭିନ୍ନ ସମୟରେ ଘଣ୍ଟା ଘଣ୍ଟାଧରି ବିଜୁଳି କାଟ ହେବା ଯୋଗୁ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢି ବଢି ଚାଲିଛି। ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇ ଥିବା ବେଳେ ତାତିର ମାତ୍ରା ବଢି ବଢି ଚାଲିଛି। ଏହି ସମୟରେ ବିଜୁଳି କାଟ ଲୋକଙ୍କୁ କଷ୍ଟ ହେଉଛି । ଦିବା ୧୧ଟାରୁ ୪ଟା ପର୍ଯ୍ୟନ୍ତ ଲୋକେ ଘର ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି, ମାତ୍ର ଘରେ ଯାଇ ଦେଖନ୍ତି ବିଜୁଳି ନାହିଁ। ବାଡି ଘରେ ଆଜି କାଲି ଗଛ ବି ନାହିଁ ଏଣୁ ଗଛ ମୂଳକୁ ଯିବାର ଭରଷା ମଧ୍ୟ ନାହିଁ । ଦୋକାନ ବଜାର ଅଫିସ ମାନଙ୍କରେ କାର୍ଯ୍ୟ ହୋଇପାରୁନାହିଁ। ବିଜୁଳି କାଟ ବିଷୟରେ ପଚାରିଲେ ଉତ୍ତର ମିଳେ,ସପ୍ଳାଇ ନାହିଁ,ସଟ୍ ଡାଉନ ନିଆ ଯାଇଛି, ନହେଲ ଫଲ୍ଟ୍ ଅଛି ବୋଲି ଦିଆଯାଇ ପାରୁନାହିଁ। ବିଭିନ୍ନ ଗାଁ ଗଣ୍ଡାରେ ରାସ୍ତା ପାର୍ଶ୍ଵରେ ପୁରୁଣା ତାର ଓହଳି ଯାଇଛି, ଗଛର ଡାଳପତ୍ର ତାରରେ ଲାଗି ସଟ୍ ହୋଇଯାଉଛି। ଏଣୁ ଟାଟା ପାୱାର ଏ ସବୁକୁ କେବୁଲ ସଂଯୋଗ କରିଦେଲେ ବହୁ ମାତ୍ରାରେ ପାୱର କଟ୍ ର ସମାଧାନ ହୋଇପାରନ୍ତା ।