Odisha news

୬୦ନଂ ଜାତୀୟ ରାଜପଥରେ ଅଜଣା ଟ୍ରକ ଚାପାରେ ଯୁବକ ମୃତ

0

ଜଳେଶ୍ୱର-୦୭/୦୪ : ଆଜି ପୂର୍ବାହ୍ନରେ ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ବାଇପାସ୍ ନିକଟରେ ଏକ ଅଜଣା ଟ୍ରକ୍ ଚାପାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ଜଳେଶ୍ୱର ଥାନା ଅନ୍ତର୍ଗତ ନହଞ୍ଜରା ଗାଁର ତ୍ରିଲୋଚନ ପରିଡାଙ୍କ ସାନପୁଅ ସୁରେଶ କୁମାର ପରିଡା(୩୪) ଜାତୀୟ ରାଜପଥର ଅପ୍ ଲାଇନ୍ରେ ଗଲାବେଳେ ପଛପଟୁ ଏକ ଅଜଣା ଟ୍ରକ୍ ତା ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାର ଅଣ୍ଟାଠାରୁ ମୁଣ୍ଡଯାଏ ରାସ୍ତାରେ ନେସି ହୋଇ ଯାଇଥିଲା । ଘଟଣା ଜଣାଯିବାପରେ ସ୍ଥାନୀୟ ଲୋକେ ପୋଲିସ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରୁ ପୁଲିସ୍ ମୃତ ଶରୀର ଉଦ୍ଧାର କରି ମାମଲା ରୁଜୁ କରିବା ସହିତ ଶବ ବ୍ୟବଛେଦ କରିଛି । ସୂଚନା ଯୋଗ୍ୟ ରାଜପଥର ଜଳେଶ୍ୱର ବାଇପାସ୍ରେ ଏପରି ବହୁ ଦୁର୍ଘଟଣା ଘଟୁଥିବାରୁ ଶୂନ ଦୁର୍ଘଟଣା ସପ୍ତାହ ଏକ ପ୍ରହସନରେ ପରିଣତ ହୋଇଛି

Nalco
Leave A Reply