ଇଣ୍ଡିଆନ ପ୍ରମୀୟର ଲିଗ୍ ଆରମ୍ଭ ହେବାକୁ ଯାଉଛି ମାର୍ଚ୍ଚ ୩୧ ତାରିଖ ଠାରୁ । ଆଇପିଏଲ ପକ୍ଷରୁ ଟୁଇଟର ରେ ଟ୍ରଫି ର ଫଟୋ ସେୟାର କରାଯାଇଛି । ଏହି ଫଟୋ ରେ ଆଇପିଏଲ ଟ୍ରଫି ସହିତ ୯ଟି ଦଳର କ୍ୟାପଟେନ ମଧ୍ୟ ନଜର ଆସୁଛନ୍ତି । ଏହି ଫଟୋ ରେ ରୋହିତ ଶର୍ମା ଦେଖା ଯାଉ ନାହାଁନ୍ତି । ଏହି ଫଟୋ ରେ ଗୁଜୁରାଟ ତାଇତଂସ୍ କ୍ୟାପଟେନ ହାର୍ଦିକ ପାଣ୍ଡିଆ ଓ ମହେନ୍ଦ୍ର ସିଂହ ଧୋନି ଙ୍କୁ ଦେଖିବାକୁ ମିଳିଛି ।
ସୂଚନା ଯୋଗ୍ୟ ଯେ ଆଇପିଏଲ ର ପ୍ରଥମ ମ୍ୟାଚ୍ ଗୁଜୁରାଟ ଓ ଚେନ୍ନାଇ ମଧ୍ୟରେ ଖେଳାଯିବ । ଗତ ବର୍ଷ ଆଇପିଏଲ ଫାଇନାଲ ମ୍ୟାଚ ରେ ହାର୍ଦିକ ପାଣ୍ଡିଆ ଦମଦାର ପ୍ରଦର୍ଶନ କରି ଗୁଜୁରାଟ ଦଳକୁ ବିଜୟ ମୁକୁଟ ପିନ୍ଧାଇ ଥିଲେ । ହାର୍ଦିକ ଜଣେ ଅଲ୍ ରାଉଣ୍ଡର ଖେଳାଳି ହେବା ସହିତ ଗତ ବର୍ଷ ଖୁବ୍ ସୁନ୍ଦର୍ ପ୍ରଦର୍ଶନ କରିଥିଲେ । ଚେନାଇ ଏହି ଟୁର୍ଣ୍ଣାମେଣ୍ଟରେ ରେ ସବୁଠୁ ଅନୁଭବି ଦଳ ଅଟେ । ଚେନ୍ନାଇ ଟିମ୍ ଅନେକ ଥର ମହେନ୍ଦ୍ର ସିଂହ ଧୋନି ଙ୍କ ଅଧିନାୟକ ର ତତ୍ୱାବଧାନ ରେ ପୂର୍ବରୁ ଖୁବ୍ ସୁନ୍ଦର ପ୍ରଦର୍ଶନ କରିଛି ଓ ଚମ୍ପିୟାନ ମଧ୍ୟ ହୋଇଛି ।
ଚଳିତ ଥର ଆଇପିଏଲ ରେ ଚେନ୍ନାଇ ଅନେକ ପରିବର୍ତନ ନେଇ ମଇଦାନ କୁ ଓହ୍ଲାଇବ । ଚଳିତ ଥର ଆଇପିଏଲ ରେ ଚେନ୍ନାଇ ଷ୍ଟୋକସ୍ ଙ୍କ ଉପରେ ଖୁବ୍ ଭରସା ରଖିଛି ଓ ତାଙ୍କୁ ଅଧିକ ମୂଲ୍ୟ ରେ କିଣିଛି । ଷ୍ଟୋକ୍ସ ଇଂଲଣ୍ଡ ର ଗୋଟିଏ ଦମଦାର ଖେଳାଳି । ସେ ଉଭୟ ବୋଲିଂ ଓ ବ୍ୟାଟିଂ ରେ ଖୁବ୍ ଦମଦାର ଅଟନ୍ତି ।
