Odisha news

ଅଷ୍ଟମ ଦିବସରେ ମହାଗୌରୀ ବେଶରେ ମା ବନଦୁର୍ଗା

0
ନିରାକାରପୁର: ୨୯/୦୩ ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଠାରେ ଜଗଜ୍ଜନନୀ କଲ୍ୟାଣମୟୀ ମା ବନଦୁର୍ଗାଙ୍କ ପୀଠରେ ନବ ଦିବସାତ୍ମକ ବାସନ୍ତିକ ଦୁର୍ଗାପୂଜାର ଅଷ୍ଟମ ଦିବସରେ ମା ମହାଗୌରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସକାଳୁ ମଙ୍ଗଳ ଆଳତି, ବାଳଭୋଗ ସକାଳ ଧୂପ, ତ୍ରିଦିବସୀୟ ଯଜ୍ଞର ଦ୍ବିତୀୟ ଦିବସରେ, ସୂର୍ଯ୍ୟ ପୂଜା, ଦେବାଦେବୀଙ୍କ ପୂଜନ ଓ ହବନ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତୀ ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ମା ମହାଗୌରୀ ଙ୍କୁ ପୂଜାର୍ଚ୍ଚନା କଲେ ସକଳ କାମନା ସିଦ୍ଧି ଲାଭ ହେବା ସହିତ ସମସ୍ତ ରୋଗ ଶାନ୍ତି ହୋଇଥାଏ ।
କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ର ପ୍ରଶାନ୍ତ ପଟ୍ଟଯୋଷୀ, କଳ୍ପନା ପଟ୍ଟଯୋଷୀ, ଯଜମାନ ରୂପେ ଭାଗ ନେଇଥିଲେ, ନିଖିଳୋତ୍କଳ ବେଦ ପାଠଶାଳା ଓ ଗୁରୁଶିଷ୍ୟ ପରମ୍ପରା ଶିକ୍ଷକ ସଂଘର ଅଧ୍ୟାପକ ମାନେ ବେଦ ଧ୍ଵନି ଏବଂ ଚଣ୍ଡୀ ପାଠ କରିଥିଲେ, ରଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଛଣିଗିରି ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ ବସନ୍ତ କୁମାର ଶଙ୍ଖୁଆ, ଶିକ୍ଷାବିତ ନଗେନ୍ଦ୍ର ନାଥ ଦତ, ପୂଜକ ଡଃ କୃପାସିନ୍ଧୁ ପଣ୍ଡା, ତପନ କୁମାର ମହାପାତ୍ର, ପ୍ରସନ୍ନ ମାହାନ୍ତି , ବେଦ ବିଦ୍ୟାଳୟର ଛାତ୍ରମାନେ ଓ ଗ୍ରାମର ବହୁ ଭକ୍ତମାନେ ଉପସ୍ଥିତ ରହି ଆଧ୍ୟାତ୍ମିକ ପରିବେଶରେ ମା’ଙ୍କ କୃପା ଲାଭ କରିଥିଲେ।
Leave A Reply