Odisha news

କଳମଛୁଇଁରେ ଶ୍ରୀମଦ୍ ସାରଥୀ ଦେବ ଦିବ୍ୟ ସ୍ୱଶ୍ରୀଚରଣ ପାଦୁକା ସତସଙ୍ଗ

0

ତାଳଚେର ତା ୨୯/୦୩ ତାଳଚେର ବ୍ଲକ ଅନ୍ତର୍ଗତ କମଳଛୁଇଁ ଗ୍ରାମରେ ଶ୍ରୀମଦ୍ ସାରଥୀ ଦେବଙ୍କ ଅପରାକୃପାରୁ ଅନୁଗୋଳ ସାରଥି ପରିବାରର ସମସ୍ତ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା  ସାରଥି ଦେବଙ୍କ ଦିଦ୍ୟ ସ୍ୱଶ୍ରୀଚରଣ ପାଦୁକା ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏକ ସୁସଜ୍ଜିତ ରଥରେ ଏକ ବିରାଟ ପଟ୍ଟୁଆରରେ ବିଶାଳ ଶୋଭାଯାତ୍ରାକରି ଶ୍ରୀମଦ ସାରଥିଦେବଙ୍କ ଦିବ୍ୟ ସ୍ୱଶ୍ରୀଚରଣ ପାଦୁକାକୁ ସତସଙ୍ଗ ପଡ଼ିଆକୁ ଆଣିଥିଲେ । ଅନୁଗୋଳ ଜିଲ୍ଳା ଓ ଏହାର ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଦୂରଦୂରାନ୍ତରୁ ଅନେକ ଭକ୍ତ ସତସଙ୍ଗରେ ଯୋଗଦେଇଥିଲେ । ପ୍ରବଚକ ଅମୂଲ୍ୟ କୁମାର ଅଝାଙ୍କ ମୁଖରୁ ଶ୍ରୀମଦ୍‌ସାରଥିଦେବଙ୍କ ଲୀଳା ଚରିତ ଶ୍ରବଣ କରି ଆନନ୍ଦ ବିଭର ହୋଇ ଶ୍ରଦ୍ଧାଳୁମାନେ ନିଜକୁ ଏହି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ଭାବବିହ୍ୱଳ ହୋଇପଡ଼ିବା ଦେଖିବାକୁ ମିଳିଥିଲା । ସତସଙ୍ଗ କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗରେ ଅତିସୁନ୍ଦର ଓ ମହାଆଡ଼ମ୍ବର ସହକାରେ ସମାପନା ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବାରୁ ସତସଙ୍ଗପ୍ରେମୀ ପ୍ରସାଦ ସେବନକରି ଘରବାହୁଡ଼ା ହୋଇଥିଲେ ।

Leave A Reply