Odisha news

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ହେଲେ ଛବି ମାହାଲି

0

ବାରିପଦା  : ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ନିଦେ୍ର୍ଦଶ କ୍ରମେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ଭାବେ ଛବି ମାହାଲିଙ୍କୁ ନିଯୁକ୍ତି କରାଯାଇଛି । ଏହି ନିଯୁକ୍ତ ପରେ ଶ୍ରୀମତୀ ମାହାଲିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି । ମହିଳା, ଶିଶୁ ଓ ଯୁବ ବର୍ଗର ଉନ୍ନତି ପାଇଁ ଛାତ୍ର ଜୀବନରୁ ସଂଗ୍ରାମ କରୁଥିବା ଶ୍ରୀମତୀ ମାହାଲି ରାଜ୍ୟ ବିଜୁ ମହିଳା ଯୁବ ଜନତା ଦଳର ଉପସଭାପତି ଭାବେ କାର୍ଯ୍ୟ ତୁଲାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି ନିଯୁକ୍ତି ପାଇଁ ଶ୍ରୀମତୀ ମାହାଲି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି

Nalco
Leave A Reply