Odisha news

କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

0

ବାରିପଦା  : କୁଡୁମୀ ସମ୍ପ୍ରଦାୟକୁ ପୁନଃ ଏସ୍ଟି ତାଲିକାଭୁକ୍ତ କରିବା ପାଇଁ କୁଡୁମୀ ସେନା ପକ୍ଷରୁ ୬ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ କରାଯାଇଛି । ଏହି ହରତାଳର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା । କୁଡୁମୀ ସେନା ପକ୍ଷରୁ ପିକେଟିଂ କରାଯାଉଥିବାବେଳେ କିଛି ସ୍ଥାନରେ ବନ୍ଦ ପାଳନକୁ ନେଇ ପୋଲିସ ଓ କୁଡୁମୀ ସେନା ମୁହାଁମୁହିଁ ହୋଇଥିଲେ । ଅନ୍ୟପକ୍ଷରେ ବନ୍ଦର ପ୍ରଭାବ ବାରିପଦା ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ରାଜପଥ ସମେତ ଦୋକାନ ବଜାର ଆଦି ବନ୍ଦ ରହିଥିବାବେଳେ ବନ୍ଦ ପାଳନ ଯୋଗୁଁ ୧୮ନଂ ଓ ୪୯ନଂ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଥିଲା । ଏହି ବନ୍ଦ ପାଳନରେ କୁଡୁମୀ ସେନା ସଭାପତି ଜୈମୁନୀ ମହାନ୍ତଙ୍କ ନେତୃତ୍ୱରେ କୁଡୁମୀ ସେନାର ବହୁ କର୍ମକର୍ତ୍ତା ଓ କର୍ମୀ ମାନେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଏହି ଦାବିକୁ ହାସଲ କରିବା ପାଇଁ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ରାଜ୍ୟସଭାପତି ଜୈମୁନୀ ମହାନ୍ତ ଚେତାବନୀ ଦେଇଛନ୍ତି ।

Nalco
Leave A Reply