ଆନନ୍ଦପୁର : ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆନନ୍ଦପୁର ବ୍ଲକ ର ଧକୋଠା ପଂଚାୟତର ୮ଟି ବୁଥର ବୁଥ କମିଟି ଗଠନ ସମ୍ପର୍କିତ ସାଙ୍ଗଠନିକ ସଭା ଧକୋଠା ର ଜଳନଣ୍ଡା ଠାରେ ମଣ୍ଡଳ ସଭାପତି ହେମନ୍ତ କୁମାର ମହାନ୍ତ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ବିଜେପିର ଗୁରୁତ୍ୱପୂର୍ଣ୍ଣ ନାରା ମୋ ବୁଥ ସବୁଠୁ ମଜଭୁତ ପ୍ରୟାସ ହିଁ ୨୦୨୪ସାଧାରଣ ନିର୍ବାଚନରେ ବିଜେପିକୁ ଓଡିଶାରେ କ୍ଷମତାସି ନ କରାଇବ ବୋଲି ମଂଚାସିନ ନମାମି ଗଙ୍ଗାର ରାଜ୍ୟ ସଭାପତି ମହେଶ୍ୱର ସାହୁ ଓ କେନ୍ଦୁଝରଜିଲ୍ଳା ବୁଦ୍ଧିଜୀବୀ ସେଲ ସଂଯୋଜ ଡ଼ ଶମ୍ଭୁନାଥ ରାଉତ ମତବ୍ୟକ୍ତ କରିଥିଲେ ।ବୁଥ କମିଟି ଗଠନରେ ୮ଟି ବୁଥ ପାଇଁ ଭାରତୀୟ ଜନତା ପାର୍ଟି ରପ୍ରମୁଖ କାର୍ଯ୍ୟକାର୍ତ୍ତା ବିଜୟ କୁମାର ପାତ୍ର,ପଦ୍ମନାଭ ମହାନ୍ତ,ଛବି ନାଏକ,ଶେଷନାଥ ଖିଲାର,ହରିହର ସାହୁ,ଦୀନବନ୍ଧୁ ଶଙ୍ଖୁଆଳ ,ନିରଂଜନ ନାଏକ ଭାଗ ନେଇଥିବା ବେଳେ ବିଭିନ୍ନ ବୁଥୁରୁ ୧୬୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଅଂଶ ଗ୍ରହଣ କରିଥିଲେ ।
