ପିପିଲି… ଆଜି ପୁରୀ ୟୁଥ୍ ହଷ୍ଟେଲ ସଭା ଗୃହରେ ଆୟୋଜିତ ଓଡିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂସ୍ଥା ହେଲଫମେଟ୍ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପର୍କିତ ବକ୍ତୃତା, ପ୍ରବନ୍ଧ, ପଠନ ଆଦି ବିଭିନ୍ନ ପ୍ରତିଯୋଗିତା ରେ ପିପିଲି ବ୍ଲକ ଅନ୍ତର୍ଗତ ନହଲାପଡା ହାଇ ସ୍କୁଲ ର ପୂର୍ଣିମା ବେହେରା, ସ୍ନିଗ୍ଧା ପ୍ରିୟାଦର୍ଶିନୀ, ଏବଂ ଆଶିଶ କୁମାର ପରିଡା ଯଥାକ୍ରମେ ପ୍ରଥମ, ଦିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହ ପିପିଲି ଶିକ୍ଷାଜିଲା ପାଇଁ ଗୌରବ ଆଣି ଦେଇଛନ୍ତି. ଉକ୍ତ ସଭାରେ ପୂର୍ବତନ ବାଚସ୍ପତି ତଥା ସଂସ୍କୃତି ମନ୍ତ୍ରୀ ମହେଶ୍ଵର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସୁଭଦ୍ରାଙ୍କ ବାଡ ଗ୍ରହିତା ତଥା ମୁଖ୍ୟ ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର ମୁଖ୍ୟବକ୍ତା ଏବଂ ଜାତୀୟ ସ୍ତରୀୟ ବରିଷ୍ଠ ଶିକ୍ଷାବିତ୍ ଡଃ ରବିନ୍ଦ୍ର ନାଥ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ. ଉକ୍ତ ପ୍ରତିଯୋଗିତା ର କବିତା ଆସର ରେ ଉଲ୍ଲେଖନୀୟ ସଫଳତା ପାଇଁ ନହଲାପଡା ହାଇ ସ୍କୁଲ ର ବିଜ୍ଞାନ ଶିକ୍ଷକ ହେମନ୍ତ କୁମାର ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଏହି ଅବସରରେ ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ଅମିୟ ରଞ୍ଜନ ରାଉତ କୃତି ପ୍ରତିଯୋଗୀମାନଙ୍କୁ ସ୍ୱାଗତ୍ କରିଥିଲେ l
