ବାରିପଦା : ଜିଲ୍ଲା ଓକିଲ ସଂଘ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀ କୃଷ୍ଣଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓକିଲ ସଂଘର ନିର୍ବାଚନ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରତିଦ୍ୱନ୍ଦୀ(ପ୍ରାର୍ଥୀ) ଏବଂ ସହକାରୀ ନିର୍ବାଚନ ଅଧିକାରୀମାନଙ୍କୁ ନେଇ କିପରି ଆଗାମୀ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ନିର୍ବାଚନ କକ୍ଷକୁ ମୋବାଇଲ କିମ୍ବା କୌଣସି ଇଲେକ୍ଟ୍ରୋନିକ୍ସ ଡିଭାଇସ୍କୁ ଅନୁମତି ନାହିଁ, ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଇବାର ପ୍ରସ୍ତାବ, ସମସ୍ତ ପ୍ରକାର ହୋଡିଂ ଓ ବ୍ୟାନରକୁ କଚେରୀ ପରିସର ମଧ୍ୟରେ ନ ଲଗାଇବାକୁ ଘୋଷିତ, ଇଲେକ୍ସନ୍ କମିସନଙ୍କୁ ଅସ୍ଥାୟୀ ପରିଚୟ ପତ୍ର ପ୍ରଦାନ କରିବାକୁ ନିବେଦନ ଓ ନିର୍ବାଚନ କକ୍ଷକୁ ଗୋଟିଏ ପ୍ରବେଶ ପଥ ରହିବ ଏବଂ ସମସ୍ତ ପ୍ରାର୍ଥୀ ଉକ୍ତ ପ୍ରବେଶ ପଥ ପୂର୍ବରୁ ତାଙ୍କର ପ୍ର·ର କରିପାରିବେ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।