Odisha news

ବାରିପଦା ବ୍ଲକସ୍ତରୀୟ ତିନିଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ

0

ବାରିପଦା : ଅରବିନ୍ଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ତିନିଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପ୍ରଭାତୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଏହି କର୍ମଶାଳାରେ ବାରିପଦା ବ୍ଲକ ଅନ୍ତର୍ଗତ ସମସ୍ତ ୧୩ଟି କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଦୁଇଜଣ ଲେଖାଏଁ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା କଳା ଶିକ୍ଷକ ଅଂଶଗ୍ରହଣ କରିଥିଲେ ।

ତିନିଦିନ ଧରି ସମସ୍ତଙ୍କ ଉଦ୍ୟମରେ ଶିକ୍ଷଣ ଫଳାଫଳ, ଦକ୍ଷତା ଭିର୍ତ୍ତିକ ଓ ଦୀର୍ଘସ୍ଥାୟୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା । ସାଧନ କର୍ମୀ ଭାବେ ଯୋଗଦେଇ ବବିତା କୁମାରୀ ସାହା ଓ ନାରାୟଣ କିଙ୍କର ଦତ୍ତ ତାଲିମ ପ୍ରଦାନ କରିଥିଲେ । ଏହି ଶିକ୍ଷଣ ସାମଗ୍ରୀ ଗୁଡିକ ଶ୍ରେଣୀ ଗୃହରେ ଶିକ୍ଷାଦାନ ସମୟରେ ଶିକ୍ଷକମାନଙ୍କୁ ବେଶ ସହାୟକ ହେବ ବୋଲି ଶ୍ରୀ ମୁର୍ମୁ କହିଛନ୍ତି । ପରବର୍ତ୍ତୀ ସମୟରେ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହେବା ସହ ପ୍ରତ୍ୟେକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନିଜ ନିଜ କ୍ଲଷ୍ଟରରେ ଥିବା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନେଇ କର୍ମଶାଳା ମାଧ୍ୟମରେ ଏହିପରି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ତାଲିମ ଦିଆଯିବ ବୋଲି ଶ୍ରୀମତୀ ପଟ୍ଟନାୟକ ଜଣାଇଛନ୍ତି ।

Nalco
Leave A Reply