Odisha news

ରାମେଶ୍ୱର ଓ ଛଣଗିରିରେ ପଞ୍ଚୁଦୋଳ ଆରମ୍ଭ : ଭକ୍ତ  ଓ ଭଗବାନଙ୍କ  ଅପୂର୍ଵ ମିଳନ

0
ନିରାକାରପୁର, ୧୪/ ୩ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରର ପାରମ୍ପରିକ ପଞ୍ଚୁଦୋଳ  ମେଳଣ ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗ୍ରାମର ଇଷ୍ଟଦେବ ତଥା ମେଳଣର ଥାନାପତି  ଶ୍ରୀ ରାମନିଧିଦେବଓ ଜଗତମୋହନଦେବଙ୍କୁ  ଏକ ସୁସଜ୍ଜିତ ବିମାନରେ  ଗ୍ରାମ୍ୟ ପରିକ୍ରମା କରାଯାଇ ବିଭିନ୍ନ ପଟୁଆରରେ ମେଳଣ ପଡିଆ ମଣ୍ଡପ ରେ ବିଜେ କରାଯାଇଥିଲା | ନାଗା -ପରୀ, କେଳା -କେଳୁଣୀ, ଶିବ -ପାର୍ବତୀ ଆଦିର ପାରମ୍ପରିକ ନୃତ୍ୟ ସାଙ୍ଗକୁ ଘଣ୍ଟ, ମର୍ଦଳ, ତୁରୀ ସହ  ହରିବୋଲ ହୁଳହୁଳିରେ ଗାଁପରିବେଶ କମ୍ପିଉଠିଥିଲା | ପରେ  ପଡୋଶୀ ମଧୁବନ, ତାଳପଡା, ମିରିଗଦୟଣୀ, ଖଜୁରୀପଡା ସମେତ ପ୍ରାୟ ୨୮ରୁ ଉର୍ଧ୍ଵଗ୍ରାମର ଦେବାଦେବୀମାନେ ଆସି ଉକ୍ତ ମେଳଣ ପଡିଆରେ ଆସୀନ ହୋଇଥିଲେ |
ଏହିଅବସରରେ ଦିନ ତମାମ  ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅବିରବୋଳାବୋଳି ନିଆରା ପରିବେଶ  ସୃଷ୍ଟି ହୋଇଥିଲା | ଶହଶହ ସଂଖ୍ୟରେ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ପ୍ରଭୁକୃପା ଲାଭ କରିଥିଲେ | ଏହି ପରିପ୍ରେକ୍ଷୀରେ ବିଭିନ୍ନ ଭୋଗ ଦୋକାନ ଠାରୁ ଆରମ୍ଭକରି ଚଟପଟି ଖାଦ୍ୟ ସମେତ ମନୋହରି, ଘରକାରଣା ଓ ବିଭିନ୍ନପ୍ରକାର ଖେଳନା, ପନିପରିବା ବିକ୍ରି ଜୋରଧରିଥିଲା |  ଏହି ମେଳଣକୁ ମନଭରି  ଉପଭୋଗ କରିବାପାଇଁ ଘରେ ଘରେ ବନ୍ଧୁବାନ୍ଧବଙ୍କ ସୁଅ ଛୁଟିଥିଲା | ଅନୁରୂପଭାବେ  ଛଣଗିରି ର ପଞ୍ଚୁଦୋଳ ମେଳଣ  ମଧ୍ୟ  ହୋଇଯାଇଛି|ଗ୍ରାମର ଇଷ୍ଟଦେବ ଗୋପୀନାଥଦେବଙ୍କୁ ସଂନ୍ଧ୍ୟାଆଳତିପରେ  ସୁସଜ୍ଜିତ ବିମାନରେ  ଗ୍ରାମ୍ୟ ପରିକ୍ରମା କରାଯାଇ ଦୋଳମଣ୍ଡପକୁ ଅଣାଯାଇଥିଲା |ପଡୋଶୀ  ଦେଉଳି, ନାଲସିଂ, ତୋଟାପଡା, ଜଗନ୍ନାଥପୁର, ଓଗାଳପୁର ଆଦି ଗ୍ରାମର ପ୍ରାୟ ୫୨ ରୁ ଉର୍ଧ୍ଵଦୋଳ  ମେଳଣ ପଡିଆରେ ଏକତ୍ରିତ ହୋଇଥିଲେ |ମେଳଣ ପଡିଆରେ  ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନଯୋଗୁଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା |
Nalco
Leave A Reply