ବାରିପଦା : ମୟୂରଭଞ୍ଜ ଜିଲ୍ଲାର ୧୧ଜଣ ଦିବ୍ୟାଙ୍ଗକୁ କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶ୍ୱର ଟୁଡୁଙ୍କ ସାଂସଦ ପାଣ୍ଠିରୁ ଇଭି ଟ୍ରାଇ-ସାଇକେଲ ପ୍ରଦାନ କରାଯିବ ବୋଲି ସାଂସଦଙ୍କ ପ୍ରତିନିଧି ଦେବାନନ୍ଦ ମୁର୍ମୁ ସୂଚନା ଦେଇଛନ୍ତି । ଏନେଇ ଦିବ୍ୟାଙ୍ଗଙ୍କ ଚିହ୍ନଟ ପାଇଁ ସିଡିଏମ୍ଓଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସିଡିଏମ୍ଓଙ୍କ ନେତୃତ୍ୱରେ ଡିଏସ୍ଏସ୍ଓ ଏବଂ ଡିଡିଆରସିର ଦୁଇଜଣ ଅଧିକାରୀ ଓ ସାଂସଦଙ୍କ ପ୍ରତିନିଧି ସଦସ୍ୟ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଶୋଇ ବ୍ଲକ ଓ ଗୋପବନ୍ଧୁନଗର ବ୍ଲକରୁ ୨ଜଣ ଲେଖାଏଁ ଦିବ୍ୟାଙ୍ଗ ଏବଂ କୁସୁମୀ, ରାଇରଙ୍ଗପୁର, ସାରସକଣା, ରାସଗୋବିନ୍ଦପୁର, ଖୁଣ୍ଟା, ଉଦଳା ଓ କପ୍ତିପଦା ବ୍ଲକରୁ ଜଣେ ଲେଖାଏଁ ଦିବ୍ୟାଙ୍ଗ ଯୋଗ୍ୟ ବିବେଚିତ ହୋଇଛିନ୍ତ । ଆଗାମୀଦିନରେ ମୟୂରଭଞ୍ଜ ଜିଲ୍ଲାର ଅନ୍ୟାନ୍ୟ ଯୋଗ୍ୟ ବିବେଚିତ ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ସାଂସଦଙ୍କ ପାଣ୍ଠିରୁ ବିଭିନ୍ନ ଉପକରଣ ପ୍ରଦାନ କରାଯିବ ବୋଲି ସାଂସଦଙ୍କ ପ୍ରତିନିଧି ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି ।
