ଧନୀ ହେଉ କି ଗରିବ ଯଦି ଓଡ଼ିଶାରେ ରହି ମୁଢି ଗଣ୍ଡାଏ ନଖାଇଛନ୍ତି ତେବେ ଓଡ଼ିଆ ହେବାର କୌଣସି ଲାଭ ନାହିଁ l ସନ୍ଧ୍ୟା ହେଉଣୁ ଗୋଟିଏ କଂସା ରେ ଗଣ୍ଡିଏ ମୁଢି ନେଇ ସେଥିରେ ସାମାନ୍ୟ ସୋରିଷ ତେଲ ପକାଇବା ସହିତ କିଛି ପିଆଜ ଓ ମିକଶ୍ଚର ମିଶାଇ ଖାଇବାରେ ଯେଉଁ ଆନନ୍ଦ , ସେହି ଆନନ୍ଦ ଆଉ କେଉଁଠି ମିଳିବ ନାହିଁ l ଓଡ଼ିଆ ଘରର ପ୍ରିୟ ଖାଦ୍ୟ ଭାବରେ ଜଣାଶୁଣା ଅଟେ ମୁଢି l ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ପ୍ରାୟ ମୁଢ଼ିର ଚାହିଦା ଓଡ଼ିଶାରେ ଦେଖିବାକୁ ମିଳିଥାଏ l ଯାହାକୁ ଇଂରାଜୀ ରେ କୁହାଯାଇଥାଏ ପଫ୍ଡ ରାଇସ , ଏହାକୁ ଆମେ ନିୟମିତ ସକାଳ ଓ ସନ୍ଧ୍ୟା ଜଳଖିଆରେ ସାମିଲ କରିଥିଲେ ମଧ୍ୟ ଏହାର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ ଜାଣି ନଥାଉ l କାହିଁ କେତେ ପୁରୁଣା ସମୟରୁ ମୁଢ଼ିର ଚାହିଦା ଓଡିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି l ଆଜି ଆସନ୍ତୁ ଜାଣିବା କାହିଁକି ପୁରୁଣା ସମୟରେ ଏତେ ଅଧିକ ମୁଢ଼ିର ଚାହିଦା ରହିଥିଲା l
* ଶକ୍ତି ବଢ଼ିଥାଏ ମୁଢି –
ନିୟମିତ ମୁଢି ସେବନ ଦ୍ୱାରା ଶରୀର କୁ ଶକ୍ତି ଲାଭ ହୋଇଥାଏ l ଏଥିରେ ଖୁବ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ରହିଥାଏ l ଏହି ମୁଢି ଯେତେବେଳେ ଶରୀର ମଧ୍ୟକୁ ଯାଇଥାଏ ଏହି କାର୍ବୋହାଇଡ୍ରେଟ ଗ୍ଲୁକୋଜ ରେ ପରିବର୍ତନ ହୋଇଥାଏ l ତେଣୁ ଯେଉଁମାନେ କଠିନ ପରିଶ୍ରମ କରି ଥାଆନ୍ତି ସେମାନେ ମୁଢି ସେବନ କରନ୍ତି l
* କୋଷ୍ଠ କାଠିନ୍ୟ ସମସ୍ୟା ଦୂର କରିଥାଏ –
ବିଶେଷ ଭାବରେ ମୁଢି ଉଷୁନା ଚାଉଳ ରେ ପ୍ରସ୍ତୁତ ହୋଇଥାଏ, ତେଣୁ ମୁଢି ସେବନ ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ l ତେଣୁ କୋଷ୍ଠ କାଠିନ୍ୟ ସମସ୍ୟା ଦୂର କରିବା ସହିତ ମୋଟାପା ସମସ୍ୟା ମଧ୍ୟ ଦୂର କରିଥାଏ ମୁଢି l
* ହାଡ଼କୁ କରିଥାଏ ଶକ୍ତ –
ହାଡ଼କୁ ମଜବୁତ କରିବାରେ ମୁଢି ଖୁବ ସାହାଯ୍ୟ କରିଥାଏ l ଗୋଟିଏ ଗବେଷଣା ଅନୁସାରେ କୁହାଯାଇଛି ଯେ ମୁଢି ରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିୟମ ଓ ପୋଟାସିୟମ ରହିଛି l ତେଣୁ ଏହିସବୁ ପୋଷାକ ତତ୍ୱ ହାଡ଼କୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ l
* ମସ୍ତିଷ୍କ ପାଇଁ –
ଉଷୁନା ଚାଉଳ ରେ ପର୍ଯ୍ୟାପ୍ତ ମାତ୍ରାରେ କାର୍ବୋହାଇଡ୍ରେଟ ରହିଛି, ଯାହା ଗ୍ଲୁକୋଜ ରେ ପରିବର୍ତନ ହୋଇ ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା କୁ ବୃଦ୍ଧି କରିଥାଏ l ମସ୍ତିଷ୍କ ଠିକ ଭାବରେ କାର୍ଯ୍ୟ କରିବା ପାଇଁ ଗ୍ଲୁକୋଜ ର ଆବଶ୍ୟକତା ରହିଥଏ l ତେଣୁ ମସ୍ତିଷ୍କ ଠିକ ଭାବରେ କାର୍ଯ୍ୟ କରିବା ପାଇଁ ମୁଢି ସେବନ ଉପଯୋଗୀ l
* ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ –
ଆଗକାଳରେ ଲୋକେ ଅଧିକ ପରିଶ୍ରମ କଲେ ମଧ୍ୟ ଅଧିକ ରୋଗ ଗ୍ରସ୍ତ ହେଉ ନଥିଲେ , ଏହାର ମୁଖ୍ୟ କାରଣ ଥିଲା ସ୍ୱାସ୍ଥ୍ୟକର ଦେଶୀ ଖାଦ୍ୟ l ବିଶେଷ ଭାବରେ ମୁଢ଼ି଼ରେ ଭିଟାମିନ, ମିନେରାଲ, ଫାଇଟୋକେମିକାଲ ପ୍ରଚୁର ମାତ୍ରାରେ ରହିଛି l ଯାହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ l
* ଓଜନ ହ୍ରାସ କରିଥାଏ –
ଶରୀରର ଓଜନ ବୃଦ୍ଧିର କାରଣ ଅଧିକ ମାତ୍ରାରେ ଖାଦ୍ୟରେ କ୍ୟାଲୋରୀ ସେବନ l ପୋଷାକ ତତ୍ତ୍ୱରେ ଭରପୁର ମୁଢି ରେ କ୍ୟାଲୋରୀ ମାତ୍ର ଖୁବ କମ ରହିଥାଏ l ଯେଉଁ କାରଣରୁ ଓଜନ ହ୍ରାସ ହେବାରେ ସାହାଯ୍ୟ ମିଳିଥାଏ l