Odisha news

ବିଦ୍ୟୁତ୍ କାଟ : ଛାତ୍ରଛାତ୍ରୀ ଅସନ୍ତୋଷ

0
ଦଶପଲ୍ଲା ୧୨/୩ : ଦଶପଲ୍ଲା ରେ ବିଭିନ୍ନ ସମୟ ରେ ବିଦ୍ୟୁତ୍ କାଟ କୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ରବିବାର ଦିନ ଦଶପଲ୍ଲା ରେ ସକାଳ ୭ ଘଣ୍ଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ କୁ ନେଇ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତମାନ ଦଶମ ଓ +୨ ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ଚାଲିଥିବା ବେଳେ ଏହି ସମୟ ରେ ବିଦ୍ୟୁତ୍ କାଟ କୁ ନେଇ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ଦେକାଦେଇଛି । ବିଶେଷ ଭାବେ ଟାଟା କମ୍ପାନୀ ବିଦ୍ୟୁତ୍ ଦାଇତ୍ୱ ନେବା ଦିନ ଠାରୁ ମରାମତି ନାମରେ ରବିବାର ଦିନ ବିଦ୍ୟୁତ୍ କାଟ କରାଯାଉଥିବା ସାଧାରଣ ରେ ଅଭିଯୋଗ ହେଉଛି । ମାତ୍ର ଏହି ବିଦ୍ୟୁତ୍ କାଟ ପୂର୍ବରୁ କମ୍ପାନୀ ପକ୍ଷରୁ ସାଧାରଣ ରେ ପ୍ରଚାର ମାଧ୍ୟମ ରେ ସୂଚନା ଦିଆ ଯାଉଥିଲେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କ ଗୁରୁତ୍ବ ପୂର୍ଣ୍ଣ ପରୀକ୍ଷା ସମୟ ରେ ବିଦ୍ୟୁତ୍ କାଟ ବନ୍ଦ କରିବାକୁ ଛାତ୍ର ଛାତ୍ରୀ ଓ ସାଧାରଣ ରେ ଦାବି ହେଉଛି।
Govt
Leave A Reply