Odisha news

ପାରାଦୀପ୍ ରେ ପ୍ରତିଷ୍ଠା ହେବ ମେଗା ଫିଡ୍ କ୍ରାକର ପ୍ରକଳ୍ପ

0
ପାରାଦୀପ୍ – ପାରାଦୀପ୍ ରେ 58 ହଜାର କୋଟି ଟଙ୍କା ବିନିମୟରେ ସ୍ଥାପନ ହେବ ମେଗା ଫିଡ୍ କ୍ରାକର ପ୍ରକଳ୍ପ  | ଏହି ପ୍ରକଳ୍ପ ନିମନ୍ତେ ଭାରତୀୟ ତୈଲ ବିଶୋଧନାଗାର ଏହି ପୁଞ୍ଜି ନିବେଶ କରିବ | ଏହି ପ୍ଲାଣ୍ଟ ରୁ ଏଥିଲିନ , ପ୍ରଲିପ୍ରୋପଲିନ୍ , ପଲିଭିନାଇଲ , କ୍ଲୋରାଇଡ୍  (   ପି ଭି ସି  ) ଓ ପିନୋଲ୍ ଭଳି ଅନେକ ଦ୍ରବ୍ୟ ଉତ୍ପାଦନ ହେବ | ଏହି ଦ୍ରବ୍ୟ କୁ ବ୍ୟବହାର କରି କେମିକାଲ , ରଙ୍ଗ , ପ୍ୟାକିଂ , ଆଗ୍ରୋ କେମିକାଲ , ଫାର୍ମା ଓ ପ୍ଲାଷ୍ଟିକ୍ ବ୍ୟବହାର କରାଯାଉଥିବା ବିଭିନ୍ ସଂସ୍ଥା ମଧ୍ଯ ପାରାଦୀପ୍ ରେ ପ୍ରତିଷ୍ଠା ହେବ  | ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେର୍ ପୂର୍ବରୁ ଏହାକୁ ପରିକଳ୍ପନା କରି ସଫଳ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଚି ପାରାଦୀପ୍ ବିଜେପି  | ଆଜି ସ୍ତାନୀୟ ଜିରୋପଏଣ୍ଟ ଠାରେ ବିଜେପି ପକ୍ଷ୍ୟରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରାଜ୍ଯ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ  ସମ୍ପଦ୍ ସ୍ୱାଇଁ  |
Govt
Leave A Reply