ତାଳଚେର ତା ୧୧/୦୩ ବଣୁଆ ହାତୀ ଏବେ ସହର ମୁହାଁ, ତାଳଚେର ବନାଚଂଳ ନିକଟସ୍ଥ କଙ୍କିଳି ଗ୍ରାମେରେ ଦୀର୍ଘମାସ ବ୍ୟାପି ୧୦ରୁ ୧୨ ହାତୀପଲ କଙ୍କିଳି ଓ ଧରମପୁର ପଂଚାୟତ ପିଛା ଛାଡ଼ୁନାହାନ୍ତି । ଚାଷ ସମୟରେ ବ୍ୟାପକ ଫସଲ ନଷ୍ଟ କରିବା ସମେତ ଆଜିି ଭୋର ୪ଘଟିକା ସମୟରେ ସଈନାଳୀ ଗ୍ରାମ ଛକ ଠାରେ ରହିଥିବା ଏକାଧିକ ଦୋକାନ ଭଙ୍ଗାରୁଜା କରିବା ସହ ଦୋକାନ ଭିତରେ ରହିଥିବା ସମାଗ୍ରୀ ନଷ୍ଟ କରିବା ସହ କଦଳୀକାନ୍ଧି, ଚାଉଳ, ଡ଼ାଲି, ଆଳୁ, ବାଇଗଣ ଖାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଆତଙ୍କ ରାଜ ଚଳାଇଥିଲେ । ସେହି ଆଖପାଖ ଗ୍ରାମଚଂଳ ଗୁଡିକରେ ଏହାକୁ ନେଇ ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଇଥିଲେ । ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବହୁ ବିଳମ୍ବରେ କର୍ମଚାରୀମାନେ ସେଠାରେ ପଂହଚିଥିଲେ । ଗ୍ରାମବାସୀଙ୍କ ସହାୟତାରେ ହାତୀପଲଙ୍କୁ ଘଉଡ଼ାଇ ବ୍ରାହ୍ମଣୀ ନଦୀପାର କରିଦେଇଥିଲେ । ଏବେ ଘଟଣାଟି ସେହି ଦୁଇ ପଂଚାୟତରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି ।
