Odisha news

ଟାଟା କମ୍ପାନୀର କର୍ମଚାରୀଙ୍କ ଦାଦାଗିରି,ଉପଭୋକ୍ତାଙ୍କ ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗ

0

ପାଣିକୋଇଲି,୧୧।୩: ଦିନକୁ ଦିନ ଟାଟା ପାଓ୍ଵାର ର ଜୁଲମ ରେ ଅତିଷ୍ଠ ହେଲେଣି ଉପଭୋକ୍ତା। ବିନା କୌଣସି ସୁଚନା ରେ ଘନ ଘନ ବିଦ୍ୟୁତ କାଟ‌ କରାଯାଉଥିବା ରୁ ଉପଭୋକ୍ତା ହନ୍ତସନ୍ତ ହେଉଥିବା ବେଳେ ସେନେଇ ଟାଟା ପାଓ୍ଵାର ର ନଜର ପଡୁନାହିଁ। ଏପରିକି ଟାଟା ପାଓ୍ଵାର ର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ପ୍ରତ୍ୟେକ ଦିନ କିଛି ନା କିଛି ଅଭିଯୋଗ ହୋଇଆସୁଛି। ନିକଟରେ ଟାଟା ପାଓ୍ଵାର ର କର୍ମଚାରୀ ଶଂଖଚିଲ୍ଲା ଅଞ୍ଚଳ ରେ ଜୈନେକ ମହିଳା ଙ୍କ ଘରେ ଜୋରଜବରଦସ୍ତ ପଶି ଅଶାଳୀନ ବ୍ୟବହାର କରିବା ସହ ତକିଆ ତଳେ ଥିବା ନଗଦ ଟଙ୍କା ଲୁଟିନେବାର ପାଣିକୋଇଲି ଥାନା ରେ ଅଭିଯୋଗ ହୋଇଥିଲା।

ପୁନଶ୍ଚ ଏହିପରି ଘଟଣା ର ପୁନରାବୃତ୍ତି ଘଟିଛି, ଟାଟା ପାଓ୍ଵାର କର୍ମଚାରୀ ବେଗନା ଗ୍ରାମରେ ଜୈନେକ ମହିଳା ଙ୍କୁ ଦୁର୍ବ୍ୟବହାର କରିଥିବା ନେଇ କୋରେଇ ଥାନା ରେ ଲିଖିତ ଅଭିଯୋଗ ହୋଇଛି। କୋରେଇ ବ୍ଲକ ଧନେଶ୍ୱର ପଞ୍ଚାୟତ ଅନ୍ତର୍ଗତ ବେଗନା ଗ୍ରାମର ସରୋଜ କୁମାର ମଙ୍ଗରାଜ ଙ୍କ ପତ୍ନୀ ରାଜଶ୍ରୀ ମଙ୍ଗରାଜଙ୍କ ଅଭିଯୋଗ ଅନୁଯାୟୀ ଆଜି ସକାଳ ପ୍ରାୟ ୬ ଘଟିକା ସମୟରେ ରାଜଶ୍ରୀ ଫୁଲ ତୋଳି ଆସୁଥିବା ସମୟରେ ଟାଟା ପାଓ୍ଵାର ର ଚାରୀଜଣ କର୍ମଚାରୀ ରାଜଶ୍ରୀ ଙ୍କ ଘରେ ପହଞ୍ଚି ଥିଲେ। ଏବଂ ଜୋର ଜବରଦସ୍ତ ଘର ଭିତରକୁ ଯିବାକୁ ଉଦ୍ୟମ୍ କରୁଥିବା ସମୟରେ ରାଜଶ୍ରୀ ସେମାନଙ୍କୁ ବାରଣ କରିବାରୁ ସେମାନେ ମନ୍ଦ ଉଦ୍ଦେଶ୍ୟ ରଖି ରାଜଶ୍ରୀ ଙ୍କୁ  ଧକ୍କା ମାରିଥିଲେ।

ଫଳରେ ରାଜଶ୍ରୀ ତଳେ ପଡିଯିବାରୁ ଚାରିଜଣ କର୍ମଚାରୀ ଘର ଭିତରକୁ ପଶିଯାଇଥିଲେ। ଏନେଇ ରାଜଶ୍ରୀ ଘର ଲୋକଙ୍କୁ ଡାକିବାରୁ ଘର ଲୋକ ସମସ୍ତେ ଆସି ପହଞ୍ଚିଥିବା ପରେ ସଂପୃକ୍ତ କର୍ମଚାରୀ ଚାରି ଜଣ ନିଜକୁ କୋରେଇ ବିଦ୍ୟୁତ ଆବଣ୍ଟନ କାର୍ଯ୍ୟାଳୟର ଟାଟା ପାଓ୍ଵାର କର୍ମଚାରୀ ଭାବେ ପରିଚୟ ଦେଇ ଅଶ୍ରାବ୍ୟ ଭାଷାରେ ରାଜଶ୍ରୀ ଏବଂ ତାଙ୍କ ପରିବାରକୁ ଗାଳିଗୁଲଜ କରିଥିଲେ। ଏପରିକି ମିଥ୍ୟା ବିଲ କରି ବରବାଦ କରିଦେବାର ଧମକ ମଧ୍ୟ ଦେଇଥିଲେ। ପାଟିତୁଣ୍ଡ ଶୁଣି ତୁରନ୍ତ  ଗ୍ରାମବାସୀ ମାନେ ପହଞ୍ଚି ସଂପୃକ୍ତ କର୍ମଚାରୀ ଙ୍କୁ ଦୀର୍ଘ ସମୟ ଧରି ଗ୍ରାମରେ ଅଟକ ରଖିଥିଲେ।ଖବର ପାଇ କୋରେଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତେକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।ପରେ ଏନେଇ ରାଜଶ୍ରୀ କୋରେଇ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଖବରପାଇ କୋରେଇ ପୁଲିସ ଘଟଣା ସମ୍ପର୍କରେ ବୁଝାମଣା କରିବାକୁ ବାଧ୍ୟ କରିଥିଲା। ଏହାପରେ ଅଭିଯୋଗକାରିଣୀ ଏବଂ ଉକ୍ତ କର୍ମଚାରୀ ଙ୍କ ମଧ୍ୟରେ ଆପୋଷ ବୁଝାମଣା ହେବା ପରେ ସଂପୃକ୍ତ କର୍ମଚାରୀ ବ୍ୟକ୍ତି  ରାଜଶ୍ରୀ ଏବଂ ତାଙ୍କ ପରିବାରକୁ କ୍ଷମା ମାଗିବା ସହ ରାଜଶ୍ରୀ ଙ୍କ ପରିବାର ବେଆଇନ ବିଦ୍ୟୁତ ହୁକ ପକାଇଥିବା ରୁ ସେମାନଙ୍କ ଉପରେ ଜୋରିମାନା ଭାବେ ଦଶହଜାର ଟଙ୍କା ଦେବାକୁ ସ୍ଵୀକାର କରିଥିବା ଜଣାପଡିଛି। ତେବେ ଦିନକୁ ଦିନ ଟାଟା ପାୱାର ର ଏଭଳି ଜୁଲମ ବିରୁଦ୍ଧରେ ଆଗକୁ ଅଞ୍ଚଳ ବାସୀ ଙ୍କ ପକ୍ଷରୁ ଏକ ବଡ଼ ଆନ୍ଦୋଳନ ର ସୂତ୍ରପାତ କରାଯିବ ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି

Nalco
Leave A Reply