Odisha news

ଜଙ୍ଗଲରେ ନିଆଁ, ପୋଡିଗଲା ଶହେ ଏକର ରୁ ଉର୍ଦ୍ବ ଜଙ୍ଗଲ

0

ସୋର,୪/୩ : ସୋର ବନାଞ୍ଚଳ ମଙ୍ଗଳପୁରବିଟ ଅଧୀନ ଦେବଗିରି ଜଙ୍ଗଲରେ ୨ ଦିନ ହେଲା ନିଆଁ ଲାଗିଯିବା ଫଳରେ ଶହେରୁ ଉର୍ଦ୍ଧ ଏକର ଜଙ୍ଗଲ ପୋଡି ପାଉଁଶ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଗତକାଲି ରାତିରୁ ନିଆଁ ଲାଗିଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରା ଯାଇପାରିନାହିଁ। ବନ ବିଭାଗର ଆନ୍ତରିକତା ଅଭାବରୁ କର୍ମଚାରୀ ମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି. ଫଳରେ ୨ ଦିନରେ ଏକ ଶହ ଏକରରୁ ଉର୍ଦ୍ଧ୍ୱ ଜଙ୍ଗଲ ପୋଡି ପାଉଁଶ ହୋଇଯିବା ସହ ଅନେକ ମୂଲ୍ୟବାନ ଔଷଧୀୟ ବୃକ୍ଷ ପୋଡିଯାଇଛି। ଏହି ନିଆଁକୁ ଆୟତ୍ତ କରାଯାଇନଥିବା ବେଳେ କ୍ଷୟକ୍ଷତି ଅଧିକ ହେବାର ଜଣାଯାଇଛି. ଏହି ଜଙ୍ଗଲରେ ଶିକାରୀ ମାନେ ଶିକାର କରି ଫେରିବା ପରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଆଜି ବନ କର୍ମଚାରୀମାନେ ଜଙ୍ଗଲରେ ପହଞ୍ଚି ନିଆଁ ଲିଭାଉଥିବା ବେଳେ ବର୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ । ଜଙ୍ଗଲରେ ଶିକାରୀ ମାନେ ବାରମ୍ବାର ନିଆଁ ଲଗାଉଥିବାରୁ ପରିବେଶବିତ ମାନେ କ୍ଷୋଭ ପ୍ରକାଶ କରିବା ସହ ବନ ବିଭାଗ ତରଫରୁ ପେଟ୍ରୋଲିଙ୍ଗକୁ କଡାକଡି କରି ଶିକାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି।

Nalco
Leave A Reply