ଆମେ ସାଧାରଣ ଭାବରେ ଥକି ଯିବା ଦ୍ଵାରା କିମ୍ବା ନିଦ ଆସିବା ଦ୍ବାରା ଆମକୁ ହାଇ ଆସିଥାଏ । ହାଇ ଆସିବା ନର୍ମାଲ ଅଟେ , ପ୍ରତ୍ୟେକ ଗୋଟିଏ ଦିନରେ ପ୍ରାୟ ୧୯ ଥର ହାଇ ମାରି ଥାଆନ୍ତି । ସ୍ଲିପ୍ ଫାଉଣ୍ଡେସନ ର ସୂଚନା ଅନୁସାରେ ଗୋଟିଏ ବ୍ୟକ୍ତି ଦିନକୁ ୧୦ ଥର ରୁ ଅଧିକ ହାଇ ମାରି ଥାଏ । ଅନ୍ୟ ଗୋଟିଏ ଅଧ୍ୟୟନ ଅନୁସାରେ ଆଉ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁ ମାନେ କି ଦିନକୁ ୧୦୦ ଥର ରୁ ଅଧିକ ମଧ୍ୟ ହାଇ ମାରି ଥାଆନ୍ତି । ଏହାର ଗୋଟିଏ ସାଧାରଣ କାରଣ ହେଲା ଉଚିତ୍ ମାତ୍ରାରେ ନିଦ ନହେବା । କିନ୍ତୁ ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଅତ୍ୟଧିକ ହାଇ ଆସିବା ଗମ୍ଭୀର ରୋଗ ର କାରଣ ମଧ୍ୟ ହୋଇଥାଏ ।
– ଅନେକ ଲୋକ ଏଭଳି ଥାଆନ୍ତି ଯେଉଁ ମାନେ କି ରାତିରେ ଠିକ୍ ଭାବରେ ଶୋଇ ପାରି ନଥାଆନ୍ତି । ରାତି ଅନିଦ୍ରା ହେବା ଦ୍ବାରା ଥକା ଲାଗିଥାଏ ଓ ଅଧିକ ହାଇ ଆସିଥାଏ ତେଣୁ ରାତିରେ ଠିକ୍ ଭାବରେ ଶୋଇବା ଆବଶ୍ୟକ ।
– ହାଇ ଆସିବା ହାଇପୋ ଗ୍ଲାଇ ସେମିଆ ର ପ୍ରାରମ୍ଭିକ ସଂକେତ ଅଟେ। ରକ୍ତ ରେ ଗ୍ଲୁକୋଜ ସ୍ତର କମିବା ଦ୍ଵାରା ମଧ୍ୟ ହାଇ ଆସିଥାଏ , ତେଣୁ ଯଥା ଶୀଘ୍ର ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।
– ସ୍ଲିପ୍ ଏନିମିଆ ରୋଗୀ ଙ୍କୁ ରାତିରେ ଶୋଇବା ସମୟରେ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯେଉଁ କାରଣରୁ ରାତିରେ ସେମାନଙ୍କ ନିଦ ଠିକ୍ ଭାବରେ ପୁରା ହୋଇପାରେ ନାହିଁ । ତେଣୁ ସେମାନଙ୍କୁ ଅଧିକ ହାଇ ଆସିଥାଏ । ଏପରି ସ୍ଥିତି ରେ ଡାକ୍ତର ଙ୍କୁ ପରାମର୍ଶ କରିବା ନିହାତି ଆବଶ୍ୟକ । ଏହି ରୋଗ ରେ ବ୍ରିଦୀଙ୍ଗ ଡିସ ଅର୍ଡର ସମସ୍ୟା ଦେଖିବାକୁ ମିଳିଥାଏ ।
– ନାର୍କୋ ଲେପ୍ସି ନିଦ ସହିତ ଯୋଡି ହୋଇଥିବା ଗୋଟିଏ ସମସ୍ୟା ଅଟେ । ଯେଉଁ କାରଣରୁ ବ୍ୟକ୍ତି ଯେ କୌଣସି ସ୍ଥାନ ରେ ଅଚାନକ ଭାବରେ ଶୋଇ ମଧ୍ୟ ପାରେ । ଏହି ରୋଗ ରେ ପୀଡ଼ିତ ବ୍ୟକ୍ତି ଦିନ ସାରା ନିଦ ରେ ପ୍ରଭାବିତ ହୋଇଥାଏ ।
– ଇନ୍ସୋ ମେନିଆ ମଧ୍ୟ ନିଦ ସମ୍ବର୍ଧିତ ଗୋଟିଏ ରୋଗ ଅଟେ । ଯେଉଁ କାରଣରୁ ବ୍ୟକ୍ତି ରାତିରେ ଶୋଇ ପାରି ନଥାଏ କିମ୍ବା ଯଦି ଥରେ ନିଦ ଭାଙ୍ଗି ଯାଇ ଥାଏ ତେବେ ନିଦ ଆସିବା କଷ୍ଟକର ହୋଇ ଯାଇଥାଏ । ତେଣୁ ଏଭଳି ପରିସ୍ଥିତି ରେ ଡାକ୍ତର ଙ୍କୁ ପରାମର୍ଶ କରିବା ଜରୁରୀ ।
– ଅଧିକ ହାଇ ଆସିବାର ଆଉ ଗୋଟିଏ କାରଣ ବେଗସ ନର୍ଭ୍ ସହିତ କନେକ୍ସନ୍ କାରଣରୁ ହୋଇଥାଏ । ଯାହା ମସ୍ତିସ୍କ ରୁ ନେଇ ହାର୍ଟ ଓ ପେଟ ପର୍ଯ୍ୟନ୍ତ ଯାଇଛି । କିଛି ଗବେଷଣା ଅନୁସାରେ ଅଧିକ ହାଇ ମାରିବା ଦ୍ଵାରା ହାର୍ଟ ଅଟକ ର ମଧ୍ୟ ସଂକେତ ହୋଇଥାଏ । ତେଣୁ ଯଦି ଆବଶ୍ୟକତା ଠାରୁ ଅଧିକ ହାଇ ଆସୁଚି ତେବେ ତୁରନ୍ତ ଡାକ୍ତର ଙ୍କୁ ପରାମର୍ଶ କରିବା ଜରୁରୀ ।
