Odisha news

ଶନିବାର ଦିନ କରନ୍ତୁ ଏହିସବୁ ଉପାୟ ଶନିଦେବ ଙ୍କ ସହିତ ମିଳିବ ମହାବୀର ହନୁମାନ ଙ୍କ କୃପା

0
ଶନିବାର ଦିନ ମାନ୍ୟତା ଅନୁସାରେ ଶନି ଦେବା ଙ୍କ ପୂଜା କରାଯାଇ ଥାଏ । ଏହିଦିନ ଶନି ଦେବଙ୍କୁ ପୂଜା କରିବା ଦ୍ୱାରା ଜାତକ ରୁ ଶନି ଦୋଷ ଦୂର ହୋଇଥାଏ । ଶନି ଙ୍କୁ କର୍ମ ଫଳ ଦାତା ବୋଲି କୁହାଯାଇ ଥାଏ। ଯଦି ଆପଣଙ୍କ ଜାତକ ରେ ଶନି ଦୋଷ ରହିଛି ତେବେ ଶନିବାର ଦିନ ଶନି ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା କରିବା ଆବଶ୍ୟକ ଓ ତାଙ୍କ ସହିତ ହନୁମାନ ଙ୍କୁ ମଧ୍ୟ ପୂଜା କରିବା ଆବଶ୍ୟକ ।
ଶନିବାର ର ପୂଜା ବିଧି -:
* ଶନିବାର ଦିନ ସକାଳୁ ସ୍ନାନ ସାରି ହନୁମାନ ଙ୍କ ମନ୍ଦିର ରେ ଗୋଟିଏ ତମ୍ବା ପାତ୍ରରେ ଜଳ ଓ ସିନ୍ଦୂର ହନୁମାନ ଙ୍କୁ ଅର୍ପଣ କରନ୍ତୁ । ହନୁମାନ ଙ୍କ ନିକଟରେ ଗୁଡ ଓ ଚଣା ଅର୍ପଣ କରନ୍ତୁ । ହନୁମାନ ଙ୍କ ନିକଟରେ ସୋରିଷ ତେଲ ର ଗୋଟିଏ ଦୀପ ଜଳାନ୍ତୁ ଓ ” ଶ୍ରୀ ହନୁମତୟେ ନମଃ ‘ ଜପ କରନ୍ତୁ । ଏହାପରେ ହନୁମାନ ଚାଳିଶା ପାଠ କରନ୍ତୁ, ଏପରି କରିବା ଦ୍ବାରା ହନୁମାନ ଙ୍କ କୃପା ସହିତ ଶନି ଦେବଙ୍କ କୃପା ଲାଭ ହୋଇଥାଏ ।
* ଶନିବାର ଦିନ ଶନି ଦେବଙ୍କୁ ଅପରାଜିତା ଫୁଲ ଅର୍ପଣ କରନ୍ତୁ । ଶନି ଦେବ ଙ୍କୁ ଅପରାଜିତା ଫୁଲ ଖୁବ୍ ପସନ୍ଦ ଅଟେ । ମାନ୍ୟତା ଅନୁସାରେ ଶନିବାର ଦିନ ଶନି ଦେବଙ୍କୁ ଏହି ଫୁଲ ଅର୍ପଣ କରିବା ଦ୍ୱାରା ଶନି ଙ୍କ ସାଢେ଼ ସାତି ପ୍ରକୋପ ରୁ ମୁକ୍ତି ମିଳିଥାଏ । ଏହି ଫୁଲ ଅର୍ପଣ କରିବା ଦ୍ୱାରା ଶନି ଙ୍କ ପ୍ରକୋପ ରୁ ମୁକ୍ତି ମିଳିଥାଏ ଓ ସମସ୍ତ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହୋଇଥାଏ ।
* ଶନିବାର ଦିନ ହନୁମାନ ମନ୍ଦିର ଯାଇ ସେଠାରେ ସୁନ୍ଦରା କାଣ୍ଡ ପାଠ କରନ୍ତୁ । ଏହାଦ୍ବାରା ହନୁମାନ ଓ ଶନି ଦେବ ଉଭୟଙ୍କ ବିଶେଷ କୃପା ଲାଭ ହେବ । ଏପରି କରିବା ଦ୍ବାରା ସମସ୍ତ ସମସ୍ୟା ରୁ ମୁକ୍ତି ମିଳିଥାଏ ।
* ଯଦି ଆପଣଙ୍କ ର କୌଣସି ଅଟକି ଥିବା କାର୍ଯ୍ୟ ରେ ସଫଳତା ଲାଭ କରିବାକୁ ଚାହୁଁଛନ୍ତି ତେବେ ପ୍ରତି ଶନିବାର ଦିନ ହନୁମାନ ମନ୍ଦିର ଯାଇ ମଲି ଫୁଲ ତେଲ ଓ ସିନ୍ଦୂର ରେ ହନୁମାନ ଙ୍କ ଅଭିଷେକ କରାନ୍ତୁ । ଖୁବ୍ ଶୀଘ୍ର ସମସ୍ତ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହୋଇଥାଏ ।
* ଶନି ଦେବଙ୍କ ପୂଜା ସର୍ବଦା କୌଣସି ମନ୍ଦିର ରେ ଯାଇ କରିବା ଆବଶ୍ୟକ । ଏହାଛଡା ଶନି ଙ୍କ ପୂଜା କରିବା ସମୟରେ ତାଙ୍କ ନିକଟ ରେ ଦୀପ ଅର୍ପଣ କରିବା ଉଚିତ୍ ନୁହେଁ , କୌଣସି ଓସ୍ତ ବୃକ୍ଷ ନିକଟରେ କରିବା ଆବଶ୍ୟକ ।
Nalco
Leave A Reply