ତେନ୍ତୁଳି , ଗୋଟିଏ ଏଭଳି ଖଟା ଜିନିଷ ଯାହାକୁ ପିଲାବେଳେ ସମସ୍ତେ ଅଳ୍ପ ବହୁତେ ଖାଇ ଥାଆନ୍ତି । ସ୍କୁଲ୍ ରେ ପାଠ ପଢିବା ସମୟରେ ପ୍ରାୟ ଆମେ ସମସ୍ତେ ସାଙ୍ଗ ମାନଙ୍କ ସହିତ ମିଶି ତେନ୍ତୁଳି ଖାଇ ଥାଉ । ସେତେବେଳ ର ସେହି ସ୍ଵାଦ କିଛି ନିଆରା ଥିଲା । ଆଜି ମଧ୍ୟ ଗାଁ ରେ ଯଦି ଗୋଟିଏ ତେନ୍ତୁଳି ଗଛ ଥାଏ , ତା ତଳେ ଗାଁ ର ସମସ୍ତ ଲୋକେ ଏକାଠି ହୋଇ ଥାଆନ୍ତି , ପିଲା ଠାରୁ ନେଇ ବୁଢ଼ା ପର୍ଯ୍ୟନ୍ତ । କିନ୍ତୁ ଏହି ତେନ୍ତୁଳି ଅନେକ ଗୁଡ଼ିଏ ପୋଷାକ ତତ୍ତ୍ଵ ରେ ଭରପୁର ଅଟେ । ଏଥିରେ ଭିଟାମିନ ଇ, ସି ଓ ବି , କ୍ୟାଲସିୟମ , ଆଇରନ, ଫସଫରସ , ପୋଟାସିୟମ , ମାଙ୍ଗାନିଜ ଓ ଫାଇବର ରେ ଭରପୁର ଅଟେ । ସେଥିପାଇଁ ତେନ୍ତୁଳି ସେବନ ସ୍ବାସ୍ଥ୍ୟ ପକ୍ଷରେ କ୍ଷତି କାରକ ନୁହେଁ ହିତକର ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ତି ।
– ତେନ୍ତୁଳି ରେ ହାଇଡ୍ରୋ ଅକ୍ସ ସାଇଟ୍ରିକ୍ ଏସିଡ ରହିଛି । ଯାହା ଶରୀରରୁ ଚର୍ବି ହ୍ରାସ କରିବାର ଏଞ୍ଜାଇମ୍ କୁ ବୃଦ୍ଧି କରିଥାଏ । ଏହାଦ୍ବାରା ଶରୀର ରୁ ଏକ୍ସ୍ଟ୍ରା ଫ୍ୟାଟ୍ ବର୍ନ ହୋଇଥାଏ । ତେଣୁ ସାମାନ୍ୟ ମାତ୍ରାରେ ତେନ୍ତୁଳି ସେବନ ଶରୀର ପକ୍ଷରେ ହିତକର ।
– ତେନ୍ତୁଳି ରେ ଶକ୍ତିଶାଳୀ ଆଣ୍ଟି ଅକ୍ସୀଡ଼ାଣ୍ଟ ଗୁଣ ରହିଛି । ଯାହାକି ହାର୍ଟ କୁ ଫ୍ରି ରେଡିକୁଲସ ହାନିକାରକ ପ୍ରଭାବ ରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ଓ ହାର୍ଟ କୁ ସୁରକ୍ଷା ଦେଇଥାଏ ।
– ତେନ୍ତୁଳି ପତ୍ର ରେ ହେପାଟୋ ଗୁଣ ରହିଛି ,। ଯାହା ଲୀଭର କୁ ସୁରକ୍ଷା ଦେଇଥାଏ । ତେନ୍ତୁଳି ପତ୍ର ରେ ପ୍ରସ୍ତୁତ କାଢ଼ା ନିୟମିତ ସେବନ କରିବା ଦ୍ୱାରା ଜଣ୍ଡିସ ଭଳି ସମସ୍ୟା ଦୂର ହୋଇଥାଏ ।
– ତେନ୍ତୁଳି ମଞ୍ଜି ରେ ଅର୍କ ରେ ଆଣ୍ଟି ବାୟୋଟିକ୍ ରହିଥାଏ । ଯାହାକି ବ୍ଲଡ ଶୁଗାର କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ ।
– ତେନ୍ତୁଳି ସେବନ ଦ୍ଵାରା ଲେକ୍ସଟିବ ପ୍ରଭାବ ଦେଖିବାକୁ ମିଳିଥାଏ । ଯାହାଦ୍ଵାରା କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ ଓ ପେଟ ଯନ୍ତ୍ରଣା ଦୂର ହୋଇଥାଏ ।
– ତେନ୍ତୁଳି ପୁରୁଷ ମାନଙ୍କ ପାଇଁ ଖୁବ୍ ଲାଭ ଦାୟକ । ତେନ୍ତୁଳି ଭିଟାମିନ ସି ରିଚ୍ ଫୁଡ୍ ଅଟେ । ଯାହାକୁ ସେବନ କରିବା ଦ୍ୱାରା ଫ୍ରି ରେଡି କୁଲାସ ର ମାତ୍ରା ବୃଦ୍ଧି ହୋଇଥାଏ , ଯାହାକି ପୁରୁଷ ମାନଙ୍କର ସ୍ପର୍ମ କାଉଣ୍ଟ କୁ ବୃଦ୍ଧି କରିଥାଏ ।
– ତେନ୍ତୁଳି ରେ ରହିଥିବା ଭିଟାମିନ ସି ଇମ୍ୟୁନିଟି ବୃଦ୍ଧି କରିବାର ଗୋଟିଏ ବଡ ସ୍ରୋତ। ତେଣୁ ତେନ୍ତୁଳି ସେବନ ଇମ୍ୟୁ ନୀଟି କୁ ବୃଦ୍ଧି କରିଥାଏ ।
– ତେନ୍ତୁଳି ମଞ୍ଜିରେ ରହିଥିବା ଆଣ୍ଟି ଇମ୍ଫ୍ଲା ମେଟରୀ ଗୁଣ ରହିଥାଏ । ଯାହାକି ଆଣ୍ଠୁ ଗଣ୍ଠି ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଗଣ୍ଠି ଯନ୍ତ୍ରଣା ପାଇଁ ତେନ୍ତୁଳି ମଞ୍ଜି କୁ ଭାଜି ଗୁଣ୍ଡ କରି ନିୟମିତ ସେବନ କରିବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ରୁ ଆରାମ ମିଳିଥାଏ ।
