Odisha news

ଅଣଗେଜେଟେତ ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ଦାବି ପତ୍ର ପ୍ରଦାନ

0
ବ୍ରହ୍ମପୁର :  ଓଡିଶା ରାଜ୍ୟ ଅଣଗେଜେଟେତ ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ବ୍ୟାଜର ରାଜ୍ୟର ୬ ହଜାରରୁ ଅଧିକ ଗ୍ରାମପଞ୍ଚାୟତ ଏବଂ ସହରାଞ୍ଚଳରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ରହି ପ୍ରାଣୀସମ୍ପଦର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ସହ ସରକାରଙ୍କ ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ କରିଥାନ୍ତି । ଏହି କ୍ୟାତର ଉପରେ ଥିବା ଦାୟିତ୍ବ ବଢି ଥିବାର ଗୁରୁତ୍ବକୁ ସରକାର ଉପଲବ୍ଧ କରି, ରାଜ୍ୟବାସୀଙ୍କ ପ୍ରାଣୀ ବିକାଶ ତଥା ସୁରକ୍ଷା ନିମନ୍ତେ ଉନ୍ନତ ଜ୍ଞାନ କୌଶଳର ଆବଶ୍ୟକତା ଏବଂ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିର ପ୍ରୟୋଗକୁ ହୃଦବୋଧ କରି ପ୍ରାଣୀଧନ ନିରୀକ୍ଷକ ପଦବୀରେ ଯୋଗଦେବା ପାଇଁ +୨ ବିଜ୍ଞାନ ଯୋଗ୍ୟତା ଥାଇ ୨ ବର୍ଷୀଆ ଡିପ୍ଲୋମା ତାଲିମର ବ୍ୟବସ୍ଥା ୨୦୧୫ ମସିହାରୁ ପ୍ରଚଳିତ କରିଥିଲେ ମଧ୍ୟ ପରବର୍ତୀ ପର୍ଯ୍ୟାୟରେ ଡିପ୍ଲୋମାକୁ ସରକାର ଦୃଷ୍ଟି ଗୋଚରକୁ ନେଉନାହାନ୍ତି । ପତ୍ର ସଂଖ୍ୟା ୭୨ ଦୀର୍ଘଦିନର ଅସନ୍ତୋଷକୁ ପୁଞ୍ଜିଭୂତ କରି ଆମର ଯୁକ୍ତିଯୁକ୍ତ ପାଞ୍ଚ ଦଫା ଦାବିନେଇ ଓଡିଶା ରାଜ୍ ଅଣଗେଜେଟେଡ ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ୨୦୧୮ ମସିହା ଫେବୃୟାରୀ ମାସ ୧୨ ଓ ୧୩
ତାରିଖରେ ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା ଦିଆଯାଇଥିଲା | ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଓ ଚାରି ମାସ ମଧ୍ୟରେ ଦାବିପୁରଣର ଲିଖତ ପ୍ରତିଶ୍ରୁତି ପାଇବାପରେ ଏହି ଆନ୍ଦୋଳନକୁ ଗିତ ରଖାଯାଇଥିଲା । ଏଥି ମଧ୍ୟରେ ଦୀର୍ଘ ପାଞ୍ଚ ବର୍ଷ ଅତିକ୍ରମ କରିସାରିଛି ଏହି ସମୟ ମଧ୍ୟରେ ସଂଘ ବିଭିନ୍ନ ପର୍ଯ୍ୟାୟରେ ନିର୍ଦେଶକଙ୍କ ଠାରୁ ସରକାରଙ୍କ ପର୍ଯ୍ୟନ୍ତ ଦୌଡିଛି, କିନ୍ତୁ କିଛି ସୁଫଳ ପାଇପାରିନାହିଁ। ବିଭିନ୍ନ ସମୟରେ ଦାବି ହାସଲ ର ଆଶ୍ୱାସନା ପାଇମଣ୍ଟା ପୁଣି ନିରାଶ ହେବାକୁ ପଡିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଂଘର ସ୍ବତନ୍ତ୍ର କାର୍ଯ୍ୟକାରିଣୀ ବୈଠକ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାର ନିସ୍ପତି ଓ ଅନୁଷ୍ଠିତ ହୋଇଥିବା ଉଚୁଆଲ କାର୍ଯ୍ୟକାରିଣୀ ନିଷ୍ପତି ପ୍ରକାରେ ରାଜ୍ୟ ସଂଘର ଆହ୍ୱାନ କ୍ରମେ,  ଜିଲ୍ଲା ସଂଘର ଏକ ସ୍ବତନ୍ତ୍ର ଉଚୁଆଲ କାର୍ଯ୍ୟକାରିଣୀ ଅନୁଷ୍ଠିଆ ହୋଇଥିଲା। ରାଜ୍ୟସଂଘ ଓ ଜିଲ୍ଲାସଂଘ ନିଷ୍ପତି କ୍ରମେ ଗଞ୍ଜାମ ଜିଲ୍ଲା ସଂଘ ଶାଖା ତାର ସମସ୍ତ ଜିଲ୍ଲା, ଉପଖଣ୍ଡ, ବ୍ଲକ ସ୍ତରୀୟ କର୍ମକର୍ତ୍ତା, କିଛି ସକ୍ରିୟ ସଭ୍ୟ ଓ ଉପଦେଷ୍ଟାମଣ୍ଡଳୀଙ୍କ ଉପସ୍ଥିତିରେ ଆମର ଜନପ୍ରୀୟ ମୂଖ୍ୟମନ୍ତ୍ରୀଙ୍କ ଉଦେଶରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ଜରିଆରେ ଆମର ପାଞ୍ଚ ଦଫା
ଦାବିପୁରଣ ନିମନ୍ତେ ଏକ ଅନୁରୋଧ ତଥା ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି। ଆମର ପାଞ୍ଚ ଦଫା ଦାବି  (୧) ଦରମାରେ ଥିବା ଅସଙ୍ଗତି ଦୂରୀକରଣ, (୨) କ୍ୟାଡର ପୁନ୍ନର୍ଗଠନ (୩) ନିଯୁକ୍ତି ନିୟମ ସଂଶୋଧନ (୪) ଦୁଇବର୍ଷୀୟା ଡିପ୍ଲୋମା ଓ ତାର ନାମକରଣ (୫) କାର୍ଯ୍ୟସାରଣୀର ସଂଶୋଧନ ଉପରୋକ୍ତ ଦାବି ସମୂହକୁ ସରକାର ତୁରନ୍ତ ସହୃଦୟତାର ସହ ବିଚାର କରି ଦାବି ପୂରଣ କଲେ, ବିଭାଗର ତୃଣମୂଳ ସ୍ତରୀୟ କର୍ମଚାରୀ ବିଶେଷ ଉପକୃତ ହେବେ ଯଦ୍ବାରାକି ସେମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧିହେବା ସହ ଚାଷୀ ମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ସେମାନଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ କରାଇବାରେ ସହାୟକ ହେବେ ବୋଲି ଜିଲ୍ଲା ସଂଘ ସଭାପତି ପ୍ରଶାନ୍ତ କୁମାର ମିଶ୍ର ଓ ସମ୍ପାଦକ ଚିନ୍ତାମଣି ସାହୁ ଜଣାଇଛନ୍ତି।
Nalco
Leave A Reply