Odisha news

ଯୁବତୀଙ୍କୁ ରାଜରାସ୍ତା ପାର୍ଶ୍ଵରେ ଫିଙ୍ଗି ଦେଇ ଚାଲିଗଲେ ଦୁଇ ଯୁବକ, ଯୁବତୀ ଜଣକ ଜୀବନ ସହ ସଂଗ୍ରାମ କରି ଏବେ କୋମାରେ

0
ବେତନଟୀ : ବେତନଟୀ ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥ ଧନପୁର ଫେକ୍ଟି ନିକଟରେ ଶନିବାର ରାତିରେ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ୍‌ରେ ଦୁଇଜଣ ଯୁବକଙ୍କ ପଛରେ ବସିଥିବା ୧୯ ବର୍ଷୀୟା ଯୁବତୀ ଜଣକ ହଟାତ ଖସିପଡିଥିଲେ । ହେଲେ ବାଇକ ଚାଳକ ଓ ପଛରେ ବସିଥିବା ଯୁବକ ସନ୍ଦେହଜନକ ଭାବେ ଗୁରୁତର ଯୁବତୀଙ୍କୁ ମାରିବାକୁ ଛାଡିଦେଇ ଘଟଣାସ୍ଥଳରୁ ବାଇକ ନେଇ ଚମ୍ପଟ ମାରିଥିଲେ । ରାସ୍ତାରେ ରକ୍ତାକ୍ତ  ହୋଇ ପଡିରହିଥିବା ଚେତାଶୂନ୍ୟ ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇବା ସହିତ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ ତେବେ ସେତେବେଳେ ଚେତାଶୂନ୍ଯ ଥିବା କରଣରୁ ଯୁବତୀଙ୍କର ପ୍ରକୃତ ପରିଚୟ ମିଳିପାରିନଥିଲା । ତେବେ ବିଭିନ୍ନ ସୂତ୍ରରୁ ଖବର ନେବାପରେ ଜଣା ପଡିଥିଲା କି ୧୯ ବର୍ଷିୟା ଯୁବତୀଙ୍କର ଘର ବେତନଟୀ ଥାନା ତଥା ବାରିପଦା ସଦରବ୍ଳକ ଅଞ୍ଚଳର ବୋଲି ପରିଚୟ ପାଇବା ପରେ ଡାକ୍ତରଖାନା ପକ୍ଷରୁ ଯୁବତୀଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା ।
ଯୁବତୀଙ୍କ ବାପାଙ୍କର ବାପା କେସିପୁର ଡାକ୍ତରଖାନାରେ ପହଞ୍ଚି ଝିଅର ମୁର୍ମୁଷ ଅବସ୍ଥା ଦେଖି ୧୦୮ ଆମ୍ବୁଲାନ୍ସ ଯୋଗେ ସଙ୍ଗେ ସଙ୍ଗେ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ଓ ପରେ ଆସି ବେତନଟୀ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗ ମୁତାବକ ଶନିବାର ସନ୍ଧ୍ୟାରେ ତାଙ୍କର ଝିଅ ଗାଁର ମହିଳାମାନଙ୍କ ସହିତ ମହାଶିବରାତ୍ରୀ ପାଇଁ ପାଖ ମନ୍ଦିରକୁ ଜାଗର ଜାଳିବାକୁ ଯାଇଥିଲା । ରାତି ୧୧ଟା ପାଖାପାଖି ସମୟରେ ଝିଅ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନାକ୍ରମେ ବାପା କୃଷ୍ଣଚନ୍ଦ୍ରପୁର ଡାକ୍ତରଖାନାରେ ପହଞ୍ଚିଥିଲେ ଓ ସେଠାରୁ ଝିଅକୁ ଆମ୍ବୁଲାନ୍ସ ଯୋଗେ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତରିତ କରିଥିଲେ । ତେବେ ଝିଅର କ୍ଷତ ବିକ୍ଷତ ଶରୀର ଓ ପାରିପାର୍ଶ୍ବିକ ପରିସ୍ଥିତିକୁ ନେଇ ଯୁବତୀଙ୍କ ପିତା ତାଙ୍କ ଝିଅକୁ  ଗଣଦୁଷ୍କର୍ମ ସହିତ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଅଭିଯୋଗ କରିଛନ୍ତି l ତେବେ ଝିଅ ବ୍ୟବହାର କରୁଥିବା ମୋବଇଲକୁ ଅନ୍ୟ ଏକ ଅଜଣା ମୋବାଇଲ ନମ୍ବରରୁ ବାରମ୍ବାର କେହି ଅଜଣା ଯୁବକର ଫୋନକଲ ଆସୁଥିବା ବେଳେ ଝିଅ ବଞ୍ଚିଛି କି ନାହିଁ ପଚାରୁଥିବା ବାପା ଅଭିଯୋଗରେ ଦର୍ଶାଇଛନ୍ତି ଯାହା ଯୁବତୀଙ୍କ ବାପା କରୁଥିବା ସନ୍ଦେହକୁ ଦୃଢ଼ୀଭୂତ କରୁଛି l
ଦୁଇଦିନ ଧରି ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଥାଇ ବି ଆଜି ଯୁବତୀର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡ଼ିବାରେ ଲାଗିଥିଲା ଏବଂ ଦୁର୍ଘଟଣାର ୪୮ଘଣ୍ଟା  ବିତିଯିବାକୁ ବସିଥିଲେ ସୁଦ୍ଧା ଝିଅର ଚେତା ଫେରିନଥିବା କାରଣରୁ ଆଜି ପୁଣି ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ଓ ସେଠାରେ ସେ କୋମା ଅବସ୍ଥାରେ ଜୀବନ ସହ ସଂଗ୍ରାମ କରୁଛି l ତେବେ ବେତନଟୀ ପୁଲିସ ୫୬/୨୨ ରେ ଏକ ମାମଲା ରୁଜୁ କରି ତ୍ୱରିତ ତଦନ୍ତ ପୂର୍ବକ ଜିଲ୍ଲା ଏସପିଙ୍କ ନିର୍ଦେଶରେ ବେତନଟୀ ଏସଡ଼ିପିଓଙ୍କ ଦାୟିତ୍ୱରେ ଥିବା ଡ଼ିଏସପି  ଅଜୟ ବାରିକଙ୍କ ପ୍ରତ୍ୟକ୍ ତତ୍ତ୍ୱାବଧାନରେ  ବେତନଟୀ ଥାନା ଅଧିକାରିଣୀ ସସ୍ମିତା ମହାନ୍ତ ଓ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଏକ ଟିମ ଗଠନ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ଓ ଆଜି ସନ୍ଧ୍ୟା ସୁଦ୍ଧା ଜଣେ ଯୁବକଙ୍କୁ ଆଣି ଥାନାରେ ଅଟକ ରଖିଥିବା ଜଣାଯାଇଛି l
Nalco
Leave A Reply