Odisha news

ଏହି ୪ଟି ରାଶି ପାଇଁ ଖୁବ୍ ଶୁଭ ଫଳ ପ୍ରଦାନ କରିବ ଚଳିତ ବର୍ଷ ର ମହାଶିବରାତ୍ରି , ଅଟକି ରହିଥିବା କାର୍ଯ୍ୟରେ ପାଇବେ ସଫଳତା

0
ହିନ୍ଦୁ ଧର୍ମ ର ମାନ୍ୟତା ଅନୁସାରେ ମହାଶିବରାତ୍ରି ର ଅନେକ ମହତ୍ତ୍ଵ ରହିଛି । ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ମହାଦେବ ଙ୍କ କୃପା ଲାଭ କରିବା ପାଇଁ ଭକ୍ତମାନେ ମହାଦେବ ଙ୍କୁ ଆରାଧନା କରି ଥାଆନ୍ତି । ଜ୍ୟୋତିଷ ଗଣନା ଅନୁସାରେ ଚଳିତ ବର୍ଷ ର ଶିବରାତ୍ରି ରେ ଗ୍ରହ ମାନଙ୍କର ବିଶେଷ ସଂଯୋଗ ଘଟୁଛି । ଗ୍ରହ ମାନଙ୍କର ଏହି ବିଶେଷ ସଂଯୋଗ ଦ୍ଵାରା କିଛି ଟା ରାଶି ଙ୍କ ପାଇଁ ଭଗ୍ୟଦୋୟ ଯୋଗ ଘଟୁଛି ।
ଚଳିତ ବର୍ଷ ଫେବୃଆରୀ ୧୮ ତାରିଖ ଦିନ ମହାଶିବରାତ୍ରି ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦିନ ମହାଦେବ ଙ୍କ ବିଶେଷ କୃପା ୪ଟି ରାଶି ଉପରେ ରହିଛି । ତେଣୁ ଏହି ରାଶିର ବ୍ୟକ୍ତି ମାନେ ଶିବରାତ୍ରି ଦିନ ମହାଦେବ ଙ୍କ କୃପା ଲାଭ କରିବେ ।
* ମିଥୁନ ରାଶି –
ଏହି ରାଶିର ବ୍ୟକ୍ତି ମହାଶିବରାତ୍ରି ଦିନ ମହାଦେବ ଙ୍କୁ ପଞ୍ଚାମୃତ ରେ ଅଭିଷେକ କରାଇବା ଦ୍ଵାରା ଶୁଭ ଫଳ ମିଳିବ, ଧନ ଲାଭ ହେବାର ଯୋଗ ରହିଛି । ଏହାଛଡା ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟରେ ମନୋ ବଳାଇବେ । ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଲଭାନ୍ଵିତ ହେବେ ଓ ବୈବାହିକ ଜୀବନ ସୁଖମୟ ହେବ । ସମସ୍ତ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହେବ ।
* କର୍କଟ ରାଶି -:
କର୍କଟ ରାଶି ର ବ୍ୟକ୍ତି ମହାଶିବରାତ୍ରି ଦିନ ମହାଦେବ ଙ୍କ ନିକଟରେ ଦୂର୍ଦୁରା ଫୁଲ ଅର୍ପଣ କରନ୍ତୁ । ଏହାଦ୍ବାରା ମହାଦେବ ଙ୍କ ବିଶେଷ କୃପା ଲାଭ ହେବ । ଆର୍ଥିକ ସମସ୍ୟା ର ସମାଧାନ ହେବ । ପରିବାର ସଦସ୍ୟ ଓ ମିତ୍ର ମାନଙ୍କର ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସନ୍ତାନ ପ୍ରାପ୍ତି ମଧ୍ୟ ହେବ ।
* ବିଛା ରାଶି -:
ବିଛା ରାଶି ର ବ୍ୟକ୍ତି ଏହି ଦିନ ମହାଦେବ ଙ୍କୁ ରାଶି ଓ ଦୁଗ୍ଧ ରେ ଅଭିଷେକ କରାଇବା ଆବଶ୍ୟକ । ଏହାଦ୍ବାରା ବ୍ୟବସାୟ କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହେବ । ଚାକିରୀ ଓ ବ୍ୟବସାୟ କ୍ଷେତ୍ର ପାଇଁ ଏହିଦିନ ଟି ଖୁବ୍ ଶୁଭ ଅଟେ । ଶୁଭ କାର୍ଯ୍ୟରେ ମଧ୍ୟ ଏହିଦିନ ଯୋଗ ଦେବାର ସମ୍ଭାବନା ରହିଛି ।
* ଧନୁ ରାଶି -:
ଧନୁ ରାଶି ର ବ୍ୟକ୍ତି ମହାଦେବ ଙ୍କ ନିକଟରେ ବେଲପତ୍ର ଓ ମିଶିରି ସମର୍ପଣ କରନ୍ତୁ । ଏହାଦ୍ବାରା ଜୀବନ ସୁଖମୟ ହେବ । ଆର୍ଥିକ ପକ୍ଷ ମଜବୁତ୍ ରହିବ । ସମ୍ମାନ ବୃଦ୍ଧି ହେବ ଓ ପଦ ପ୍ରତିଷ୍ଠା ଲାଭ ହେବ । ବୈବାହିକ ଜୀବନ ସୁଖମୟ ହେବ ।
Leave A Reply