Odisha news

ଶହୀଦ୍ ଙ୍କୁ ଭୁଲିଗଲା ପ୍ରଶାସନ , ଗାଁ ଲୋକ ଦେଲେ ଶ୍ରଦ୍ଧାଞ୍ଜଳି

0

ନାଉଗାଁ – ଆଜିକୁ ଠିକ୍ ଚାରି ବର୍ଷ ତଳେ ଆତଙ୍କି ଙ୍କ ଗୁଳି ରେ ପୁଲଅମା ରେ ସହିଦ୍ ହୋଇଥିଲେ ଜଗତ୍ସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ମାଟିର ପୁଅ ସହିଦ୍ ପ୍ରସନ୍ନ ସାହୁ  | ଏହାରି ଭିତରେ ଆଜି ଚାରି ବର୍ଷ ପୁରୀ ଯାଇଚି  | କିନ୍ତୁ ତାଙ୍କ ଚତୁର୍ଥ ଶ୍ରଦ୍ଧାଞ୍ଜଳି ସଭା କୁ ପାଳନ କରିବାକୁ ପ୍ରଶାସନ ଭୁଲିଯାଇଥିବା ଅଭିଯୋଗ ହୋଇଛି  | ସ୍ମୃତି କମିଟି ର ସଭାପତି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଓ ଗ୍ରାମବାସୀ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ବେଳେ ଏବେ ବି ସରକାର ଘୋଷାଣ କରିଥିବା ସେହି ସମୟର ଘୋଷଣା ପାଣିର ଗାର ପାଲଟିବା ପରି ମନେ ହେଉଛି  | ସହିଦ୍ ଙ୍କ ମରଶରୀର ସେଦିନ ପାରିଶିଖର ଆସିଲା ବେଳେ ମନ୍ତ୍ରୀ , ଜିଲ୍ଲାପାଳ , ଏସ୍ପି , ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ସମସ୍ତେ ହାଜର ହୋଇ ସାରା ରାତି ଜୟ ଜୟ ଗାନ କରିଥିଲେ  |

ସହିଦ୍ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଗ୍ରାମ ସ୍କୁଲ କୁ ତାଙ୍କ ନାମରେ ନାମିତ କରିବା , ଶିଖରଘାଟ ସେତୁ କୁ ତାଙ୍କ ନାମରେ ନାମିତ କରିବା ଓ ଏକ୍ ସ୍ମୃତି ଉଦ୍ୟାନ ସେଠାରେ ନିର୍ମାଣ କରିବା ସହିତ ପାରିଶିଖର ଗ୍ରାମ କୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ପାଇଁ ଘୋଷଣା ମଧ୍ଯ ହୋଇଥିଲା  | ଏଗୁଡିକ ତ ପାଳନ କରିବା ଦୂରର କଥା ଆଜି କେହି ପ୍ରସାଶନିକ ଅଧିକାରୀ ଙ୍କ ଦେଖା ମିଳିନଥିଲା | ସମସ୍ତ ବ୍ଳକ ପ୍ରଶାସନ ର ମୁଖିଆ ବିଡିଓ , ତହସିଲଦାର ଓ ଥାନା ଅଧିକାରୀ ମାନଙ୍କୁ କମିଟି ପକ୍ଷ୍ୟରୁ ଏପରିକି ନିମନ୍ତ୍ରଣ କରାଯାଇଥିଲା ବେଳେ ସେମାନେ କେହି ଆସି ନଥିବା କୁହାଯାଉଛି  | ଦେଶ ମାତୃକାର ସେବା ରେ ନିଜ ଜୀବନ କୁ ବଳି ଦେଇଥିବା ସହିଦ୍ ପ୍ରସନ୍ନ ସାହୁ ଙ୍କ ଆଜିକାର ଶ୍ରଦ୍ଧାଞ୍ଜଳି ସଭାରେ ନାଉଗାଁ ବ୍ଲକ ର କେତେକ ଅବସରପ୍ରାପ୍ତ ସେନା କର୍ମଚାରୀ , ସାମ୍ବାଦିକ ଓ ସ୍ବେଛାସେବୀ ମାନେ ଆସି ସହିଦ୍ ଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଦେଖିବାକୁ ମିଳିଛି  |

Nalco
Leave A Reply