ନାଉଗାଁ – ପୂର୍ବତନ ବିଧାୟକ ତଥା ଜଗତ୍ସିଂହପୁର ଜିଲ୍ଲା ର ବରିଷ୍ଠ ନେତା ଶ୍ରୀଯୁକ୍ତ ଚିରଞ୍ଜୀବ ବିଶ୍ଵାଳ ଙ୍କ ଆଜି ଜନ୍ମ ଜୟନ୍ତୀ ଅବସର ରେ ନାଉଗାଁ ବ୍ଲକ୍ ନୂଆପାଟଣା ନିକଟରେ ବନ୍ଧୁ ମିଳନ ଓ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଶିବିର ରେ ପ୍ରିୟ ନେତା ଶ୍ରୀଯୁକ୍ତ ବିଶ୍ଵାଳ ଆସି କେକ କାଟିବା ସହ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ | ମୋଟ 65 ଇଉନିଟ ରକ୍ତ ସଂଗୃହୀତ କରାଯାଇଥିଲା ବେଳେ ଅନେକ ଚିରଞ୍ଜୀବ ଙ୍କ ସମର୍ଥକ ମାନେ ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ | ଚିରଞ୍ଜୀବ ଜଣେ ଜନପ୍ରିୟ ନେତା ଓ ତାଙ୍କୁ ଭଗବାନ ଦୀର୍ଘାୟୁ କରିବା ସହ ଜଗତ୍ସିଂହପୁର ମାଟିର ବିକାଶ ଦିଗରେ ତାଙ୍କୁ କାର୍ଯ୍ୟ କରିବାର ସହାୟ ହୁଅନ୍ତୁ ବୋଲି ତାଙ୍କ ସମର୍ଥକ ମାନେ ପ୍ରକାଶ କରିଥିଲେ |ପୌରପରିଷଦ ର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ , ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ , ନଟବର ବାରିକ , ପ୍ରଶାନ୍ତ ମଲ୍ଲିକ , ସୌମ୍ୟଜିତ ଦାସ , ଲିପିକ ସାହୁ , ଆବୁଲି ମହାନ୍ତି , ନିରଞ୍ଜନ ବେହୁରା , ବେଣୁଧର ସ୍ୱାଇଁ , ଦୁଃଶାସନ ନାୟକ , ବିଚିତ୍ରାନନ୍ଦ ଲେଙ୍କା , ପ୍ରସନ୍ନ ପରିଡା , ସୁନୀଲ ମାଟିଆ , ସୁଶାନ୍ତ ସାହୁ , ରଶ୍ମିରଞ୍ଜନ ତ୍ରିପାଠୀ , ପଦ୍ମ ଚରଣ ରାଉତ , ଦୋଳଗୋବିନ୍ଦ ରାଉଳ , ନିହାର ରଞ୍ଜନ ବସ୍ତିଆ , ଅନିଲ ଲେଙ୍କା , ଆସନ୍ତ ବେହେରା , ସୁବାଷ ମହାନ୍ତି , ସୌମ୍ୟରଞ୍ଜନ ମହାନ୍ତି , ମହାଦେବ ସେଠି , ଗୀତାଞ୍ଜଳି ବେହେରା , ହେମାମାଳିନୀ ମହାନ୍ତି , ଅଶୋକ ସ୍ୱାଇଁ , ନେତ୍ରାନନ୍ଦ ଜେନା , ରଞ୍ଜିତ ମଲ୍ଲିକ , ମନୋଜ ଦାସ , ସ୍ମୃତି ରଞ୍ଜନ ଜେନା , ସୌମ୍ୟ ସଞ୍ଜିତ୍ ଦାସ , ନୃସିଂହ ନାୟକ , ପ୍ରୀତମ ପରିଜା, ହିମାଂଶୁ ମଲ୍ଲିକ , ପ୍ରତିମା ମଲ୍ଲିକ , ସୁଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିବା ଦେଖିବାକୁ ମିଳିଥିଲା |
