ନୂଆଦିଲ୍ଲୀ : ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଙ୍କ ଅଭିଯୋଗ କ୍ରମେ କଂଗ୍ରସ ନେତା ରାହୁଲ ଙ୍କୁ ବିଶେଷ ଅଧିକାର ହନନ ମାମଲାରେ ଲୋକସଭା ସଚିବାଳୟ ପକ୍ଷରୁ ନୋଟିସ ଜାରୀ କରାଯାଇଛି l ଲୋକସଭା ସଚିବାଳୟ ପକ୍ଷରୁ ୧୫ ଫେବୃଆରୀ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି l ଗତ ଫେବୃଆରୀ ୭ ତାରିଖଦିନ ସଂସଦ ରେ ବଜେଟ ଅଧିବେଶନ ରେ ରାଷ୍ଟ୍ରପତୀ ଦ୍ରୌପଦୀ ମୁର୍ମୁ ଙ୍କ ଅଭିଭାଷଣ ସମୟରେ ଧନ୍ୟବାଦ ପ୍ରସ୍ତାବ କୁ ନେଇ ଚର୍ଚ୍ଚା ସମୟରେ ରାହୁଲ ଗାନ୍ଧୀ ଗୃହକୁ ସମ୍ବୋଧନ କରି ଉଦ୍ୟୋଗପତି ଗୌତମ ଅଦାନୀ ଙ୍କ ମାମଲାରେ କେନ୍ଦ୍ର ସରକାର ଙ୍କୁ ଆକ୍ଷେପ କରିଥିଲେ l ସେହି ସମୟରେ ରାଜୀବ ଗାନ୍ଧୀ ପ୍ରୟୋଗ କରିଥିବା ଭାଷା କୁ ନେଇ ବିଜେପି ସାଂସଦ ପ୍ରଶ୍ନ ଉଠାଇଛନ୍ତି l ଏପରିସ୍ଥିତି ରେ ପ୍ରଶ୍ନ ଉଠୁଛି ଯେ ସାଂସଦ ରେ ବିଶେଷାଧିକାର ହନନ ମାମଲା କଣ ଅଟେ ଓ ରାହୁଲ ଗାନ୍ଧୀ ଙ୍କୁ ନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ l
କଣ ହୋଇଥାଏ ବିଶେଷାଧିକାର ହନନ ? –
– ଯେବେ କୌଣସୀ ବ୍ୟକ୍ତି କିମ୍ବା ବ୍ୟକ୍ତିଗତ ଭାବରେ ସଂସଦ ରେ ସଦସ୍ୟ ଓ ସାମୁହିକ ଭାବରେ ସଭା ର କୌଣସୀ ବିଶେଷ ଅଧିକାର କିମ୍ବା ଅଧିକାର ର ଅବମାନନା କରିଥାଏ କିମ୍ବା ତାଙ୍କୁ କଥାରେ କୌଣସି ଆଘାତ ଦେଇଥାଏ ତେବେ ତାହାକୁ ବିଶେଷାଧିକାର ର ଉଲଂଘନ ବୋଲି କୁହାଯାଇ ଥାଏ l
– ଗୃହ ର କାର୍ଯ୍ୟ ଚାଲିଥିବା ସମୟରେ ଯଦି କୌଣସୀ ସଦସ୍ୟ ଏଭଳି ଟିପ୍ପଣୀ କରିଥାଏ ଯାହାକି ସଂସଦ ର ଗାରୀମା କୁ କ୍ଷୁର୍ଣ୍ଣ କରିଥାଏ ଏପରି ସ୍ଥିତିରେ ଉକ୍ତ ସଦସ୍ୟଙ୍କ ଉପରେ ସଂସଦ ର ଅବମାନନା ଓ ବିଶେଷାଧିକାର ହନନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ l
ବିଶେଷାଧିକାର ହନନ ପ୍ରସ୍ତାବ କିପରି ଅଣାଯାଇ ଥାଏ –
ସଂସଦ ରେ ଗୃହ ଚାଲିଥିବା ସମୟରେ କୌଣସି ସଦସ୍ୟଙ୍କୁ ଯଦି ଲାଗିଥାଏ କି କୌଣସି ଅନ୍ୟ ସଦସ୍ୟ ଗୃହରେ ମିଥ୍ୟ ତଥ୍ୟ ପାରିତ କରି ସଂସଦ ର ବିଶେଷାଧିକାର ର ଉଲଂଘନ କରୁଛନ୍ତି ତେବେ ସେ ବିଶେଷାଧିକାର ହନନ ପ୍ରସ୍ତାବ ଉପସ୍ଥାପନ କରିପାରିବେ l ବିଶେଷାଧିକାର ର ଦାବୀ ସେତେବେଳେ କରାଯିବ ଯେତେବେଳେ ବ୍ୟକ୍ତି ଗୃହ ର ସଦସ୍ୟ ହୋଇଥିବେ l ଯେତେବେଳେ ସେ ସଦସ୍ୟ ରୁହନ୍ତି ନାହିଁ. ସେତେବେଳେ ତାଙ୍କର ବିଶେଷାଧିକାର କୁ ସମାପ୍ତ କରିଦିଆ ଯାଏ l
ବିଶେଷାଧିକାର ହନନ ପ୍ରସ୍ତାବ ଆଣିବା ପାଇଁ ସାଂସଦ ଙ୍କୁ ଲୋକସଭା ମହାସଚିବ ଙ୍କୁ ସକାଳ ୧୦ ଟା ପୂର୍ବରୁ ଲିଖିତ ସୂଚନା ଜାରୀ କରିବାକୁ ପଡିବ l ଯଦି ଏହି ସୂଚନା ସକାଳ ୧୦ ଟା ପରେ ଜାରୀ କରାଯିବ ତେବେ ତାହା ଆଉ ଗୋଟିଏ ଦିନ ବୈଠକ ରେ ଶାମିଲ କରାଯିବ l
ବିଶେଷ ଅଧିକାର ହନନ ରେ ଦୋଷୀ ସାବ୍ୟସ୍ତ ହେଲେ ମିଳିଥାଏ ଏଭଳି ଦଣ୍ଡ –
ଲୋକସଭା ସ୍ପିକର ବିଶେଷାଧିକାର ହନନ ର ପ୍ରସ୍ତାବ ର ଯାଞ୍ଚ କରିବା ପାଇଁ ୧୫ ଜଣ ବିଶିଷ୍ଟ ସଦସ୍ୟଙ୍କର ଗୋଟିଏ ସମିତି ଗଠନ କରନ୍ତି l ଏହି କମିଟୀ ଯାଞ୍ଚ କରିଥାଏ କି ବିଶେଷ ଅଧିକାର ହନନ ପ୍ରସ୍ତାବ ଠିକ ନା ଭୁଲ ଅଟେ l ଯଦି ଏହି କମିଟି କାହାକୁ ଦୋଷୀ ପାଇଥାଏ ତେବେ ଦଣ୍ଡାଦେଶ ପାଇଁ ଅନୁରୋଧ କରିପାରେ l
କଣ ରହିଛି ଘଟଣା ?-
ଫେବୃଆରୀ ୭ତାରିଖ ଦିନ ସଂସଦ ର ବଜେଟ ଅଧିବେଶନ ରେ ରାଷ୍ଟ୍ରପତୀ ଦ୍ରୌପଦୀ ମୁର୍ମୁ ଙ୍କ ଅଭିଭାଷଣ କୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ସମୟରେ ରାହୁଲ ଗାନ୍ଧୀ ଙ୍କ ଭାଷଣ ର କିଛି ଅଂଶ କୁ ସଦନ ର ରେକର୍ଡ ରୁ ହଟାଇ ଦିଆଯାଇ ଥିଲା l ରାହୁଲ ଗାନ୍ଧୀଙ୍କ ଉପରେ ଅପମାନଜନକ, ଅସଂଶଦୀୟ ଓ ଆପତ୍ତିଜନକ ବୟାନ ଦେବାର ଆରୋପ ଲଗାଯାଇ ଥିଲା l ଯାହାର ଅଭିଯୋଗ ବିଜେପି ସାଂସଦ ନିଶିକାନ୍ତ ଦୂବେ ଓ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାର ସଚିବାଳୟ ରେ କରିଥିଲେ l ଅଭିଯୋଗ ଅନୁସାରେ ଗୃହ ରେ ରାହୁଲ ଗାନ୍ଧୀ ଯେଉଁ ଅପଶବ୍ଦ ବ୍ୟବହାର କରିଛନ୍ତି, ଏହାଦ୍ୱାରା ବିଶେଷାଧିକାର ହନନ ହୋଇଛି l ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀ ଙ୍କ ପକ୍ଷ ଜାଣିବା ପାଇଁ ତାଙ୍କ ଠାରୁ ଜବାବ ମାଗିଛନ୍ତି l ପ୍ରହ୍ଲାଦ ଯୋଶୀ , ରାହୁଲ ଗାନ୍ଧୀଙ୍କ ଉପରେ ଗୃହ ଚାଲିଥିବା ସମୟରେ ରାହୁଲ ଗାନ୍ଧୀ ନିଜର ଭାଷଣ ଦ୍ୱାରା ଗୃହର କାର୍ଯ୍ୟର ନିୟମ କୁ ୩୫୩ ଓ ୩୬୯ ର ଉଲଂଘନ କରିଛନ୍ତି l
