Odisha news

ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସତ୍ତ୍ବେ ମଧ୍ୟ କାହିଁକି ହୋଇଥାଏ ପାଚନ ସମସ୍ୟା, କଣ ରହିଛି ଏହାର ପଛର କାରଣ

0
ଅନେକ ଲୋକେ ସମୟେ ସମୟେ କହି ଥାଆନ୍ତି ଯେ ଆମେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛୁ , କାହିଁକି ପାଚନ ସମସ୍ୟା ଦେଖା ଯାଉଛି । ଯେଉଁ ଲୋକ ମାନଙ୍କ ନିକଟରେ ଏହି ସମସ୍ୟା ଦେଖା ଯାଇଥାଏ , ସେମାନଙ୍କୁ ଲାଗିଥାଏ ଯେ ତାଙ୍କର ଲୀଭର ଖରାପ ହୋଇ ଯାଇଛି କିମ୍ବା ସେମାନଙ୍କ କିଡନୀ ଠିକ୍ ଭାବରେ କାମ କରୁନାହିଁ । କିନ୍ତୁ ଏହାର ରହସ୍ୟ ଅନ୍ୟ କେଉଁଠି ଲୁଚି ରହିଛି । ଏହି ସମସ୍ୟା ଆପଣଙ୍କ ହେଲଦି ଡାଏଟ୍ ରେ ମଧ୍ୟ ଲୁଚି ରହିଛି । ଯଦି କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଭୁଲ ଭାବରେ ପ୍ରସ୍ତୁତ କରି ଖିଆଯାଏ ତେବେ ଲାଭ ବଦଳରେ କ୍ଷତି ହୋଇଥାଏ । ଯେପରିକି ଦୁଗ୍ଧ ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟ ଅଟେ , କିନ୍ତୁ ଯଦି ଏହାକୁ ଆପଣ ଏହାକୁ ଠିକ୍ ସମୟରେ ଠିକ୍ ଖାଦ୍ୟ ସହିତ ଖାଇବେ ନାହିଁ ତେବେ ଏହା ପେଟ ଖରାପ ର କାରଣ ହୋଇଥାଏ । ଯଦି ଦୀର୍ଘ ସମୟ ଧରି ଦୁଗ୍ଧ କୁ ଭୁଲ୍ ଜିନିଷ ସହିତ ସେବନ କରାଯିବ ତେବେ ଏହା ଲୀଭର ସମସ୍ୟା ର କାରଣ ହୋଇଥାଏ ।
ଆସନ୍ତୁ କେଉଁ ଖାଦ୍ୟ ସହିତ ଦୁଗ୍ଧ ସେବନ କରିବା ଉଚିତ୍ ନୁହେଁ -:
– ଯେଉଁସବୁ ଖାଦ୍ୟରେ ଲୁଣ ର ବ୍ୟବହାର ହୋଇଥାଏ ତା ସହିତ ଦୁଗ୍ଧ ସେବନ କରିବା ଆବଶ୍ୟକ ନୁହେଁ । ଦୀର୍ଘ ସମୟ ଧରି ଯଦି ଆପଣ ଏହାକୁ କରିବେ , ତେବେ ଆପଣଙ୍କ ଶରୀର ରେ ବିଭିନ୍ନ ପ୍ରକାରର ଦାଗ ଦେଖାଯିବ।
– ଯେଉଁସବୁ ଖାଦ୍ୟରେ ସାଇଟ୍ରିକ୍ ଏସିଡ ର ବ୍ୟବହାର ହୋଇଛି , ଯେଭଳି କି ଲେମ୍ବୁ କିମ୍ବା ତେନ୍ତୁଳି ରେ ପ୍ରସ୍ତୁତ ଖାଦ୍ୟ । ଯଦି ସାଇଟ୍ରିକ୍ ଏସିଡ ରେ ବ୍ୟବହୃତ ହେଉଥିବା ଖାଦ୍ୟ ଆପଣ ଖାଇବେ ତେବେ ଏହାଦ୍ବାରା ଲୀଭର ସମସ୍ୟା ଦେଖା ଯାଇଥାଏ ।
– ଦୁଗ୍ଧ କୁ କଦାପି କୌଣସି ଫଳ ସହିତ ମିଲକ୍ ସେକ୍ ପ୍ରସ୍ତୁତ କରି ସେବନ କରିବା ଉଚିତ୍ ନୁହେଁ । ଏହାଦ୍ବାରା ପାଚନ ସମସ୍ୟା ଦେଖା ଯାଇଥାଏ ।
– କଦାପି ଆମିଷ ଜିନିଷ ସହିତ ଦୁଗ୍ଧ ସେବନ କରିବା ତେବେ ଏହା ପାଚନ ସମସ୍ୟା ପ୍ରଭାବିତ କରିବା ସହିତ ଲୀଭର କୁ ପ୍ରଭାବିତ କରିଥାଏ ।
– ଆୟୁର୍ବେଦ ଅନୁସାରେ ଦୁଗ୍ଧ କୁ ଗୋଟିଏ ସଂପୂର୍ଣ୍ଣ ଆହାର ଭାବରେ ଗ୍ରହଣ କରାଯାଇ ଥାଏ । ଯାହା ଶରୀରରେ ପୋଷାକ ତତ୍ତ୍ଵ ର କମି କୁ ପୁରା କରିଥାଏ ।
– କିନ୍ତୁ ସେଥିପାଇଁ ଦୁଗ୍ଧ କୁ ସଠିକ୍ ଭାବରେ ସେବନ କରିବା ଆବଶ୍ୟକ । ଯଦି ଦୁଗ୍ଧ କୁ ତାର ବିରୋଧୀ ଖାଦ୍ୟ ସହିତ ସେବନ କରାଯାଏ ତେବେ ଯକୃତ ସମସ୍ୟା ସହିତ ପାଚନ ସମସ୍ୟା ମଧ୍ୟ ପ୍ରଭାବିତ ହୋଇଥାଏ ।
Nalco
Leave A Reply