Odisha news

ସ୍ୱାସ୍ଥ୍ୟକର ଗୁଣରେ ଭରପୁର କ୍ଲୋରୋଫିଲ ୱାଟର : ମିଳିଥାଏ ଏହିସବୁ ଅଦ୍ଭୁତ ଲାଭ

0

ଭଲ ସ୍ବାସ୍ଥ୍ୟ , ସୁନ୍ଦର୍ ତ୍ୱଚ଼ା ଓ ଶରୀର କୁ ଡିଟକ୍ସିଫାଈ କରିବା ପାଇଁ ଆମେ ଅନେକ ପ୍ରକାର ଖାଦ୍ୟ ଓ ପାନୀୟ କୁ ଗ୍ରହଣ କରିଥାଉ । କିନ୍ତୁ ଆଜିକାଲି କ୍ଲୋରୋଫିଲ ଡ୍ରିଙ୍କସ ଟ୍ରେଣ୍ଡ ରେ ରହିଛି । ଏହାକୁ ଲୋକେ ସେଲିବ୍ରେଟି ଡ୍ରିଙ୍କ ଭାବରେ ମଧ୍ୟ ଜଣାଶୁଣା । ଏହା ଗୋଟିଏ ପ୍ରାକୃତିକ ଡ୍ରିଙ୍କ ଅଟେ , ଯାହାକି ସ୍ବାସ୍ଥ୍ୟ ପାଇଁ ଖୁବ୍ ହିତକର । ଆସନ୍ତୁ ଆଜି ଜାଣିବା କ୍ଲୋରଫିଲ୍ ଡ୍ରିଙ୍କ କଣ ।

* କ୍ଲୋରଫିଲ ଗୋଟିଏ ପ୍ରାକୃତିକ ଡ୍ରିଙ୍କ ଅଟେ । ଯାହାକି ଗଛ ମାନଙ୍କ ମଧ୍ୟରେ ରହୁଥିବା ଫୋଟୋ ସିନ୍ଥେଶିସ ପ୍ରକ୍ରିୟା ଦ୍ଵାରା ସୂର୍ଯ୍ୟଙ୍କ କିରଣ କୁ ଗଛକୁ ଭୋଜନ ଦେବାର କାର୍ଯ୍ୟ କରିଥାଏ । ଗଛରେ ଯେଉଁ ସବୁଜ ରଙ୍ଗ ରହିଛି ତାହା ହେଉଛି କ୍ଲୋରୋଫିଲ୍ ଅଟେ । କ୍ଲୋରୋ ଫିଲ ଗଛକୁ ପୋଷାକ ତତ୍ତ୍ଵ ଦେଇ ସମୃଦ୍ଧ ରଖିଥାଏ । ତେଣୁ ଆପଣ କ୍ଲୋରୋଫିଲ୍ କୁ ନିଜ ଜୀବନ ର ଗୋଟିଏ ଅଂଶ ଭାବରେ ଗ୍ରହଣ କରି ପାରିବେ ।
* ପ୍ରାକୃତିକ ଭାବରେ କିପରି ସେବନ କରିବେ
କ୍ଲୋରୋଫିଲ୍ ?
ବଜାରରେ ବୋତଲ ରେ ବିଭିନ୍ନ ପ୍ରକାରର କ୍ଲୋରୋଫିଲ୍ ୱାଟର ଉପଲବ୍ଧ ହୋଇଥାଏ । କିନ୍ତୁ ଏହାକୁ ଲୋକେ ପ୍ରାକୃତିକ ଭାବରେ ମଧ୍ୟ ସେବନ କରି ପାରିବେ । ସେଥିପାଇଁ ସବୁଜ ପନିପରିବା, ଯେପରିକି ଧନିଆ , ପାଳଙ୍ଗ , ମେଥି ଇତ୍ୟାଦିକୁ ଭଲରେ ଧୋଇ ନେଇ ଗ୍ରାଇଣ୍ଡର ରେ ପେଶି ଦିଅନ୍ତୁ । ଏଥିରେ କିଛିଟା ଫଳ ମଧ୍ୟ ମିଶାଇ ନିଅନ୍ତୁ । ଏହାପରେ ଏହାର ଖଦଡ଼ କୁ ବାହାର କରି ଛଣା ସାହାଯ୍ୟରେ , ପାଣିରେ ଲେମ୍ବୁ ମିଶାଇ ସେବନ କରନ୍ତୁ । ଆହୁରି ମଧ୍ୟ ବନ୍ଧା କୋବି , ବ୍ରକୋଲୀ , ମଟର , ଫ୍ରେଞ୍ଚ୍ ବିନ୍ସ, ବିଭିନ୍ନ ପ୍ରକାର ଶାଗ ରେ ପ୍ରାକୃତିକ ଭାବରେ କ୍ଲୋରୋଫିଲ୍ ଭରି ରହିଥାଏ ।
କ୍ଲୋରୋଫିଲ୍ ର କାର୍ଯ୍ୟ କଣ ? -:
– ବଡ଼ି ଡିଟକ୍ସ କରିଥାଏ । କ୍ଲୋରୋଫିଲ୍ ଦ୍ଵାରା ଆପଣଙ୍କ ଶରୀର ଡିଟକ୍ସ ହୋଇଥାଏ । ଏହା ଶରୀରରେ ଡିଟକ୍ସିଫିକେଶନ ଏଜେଣ୍ଟ ଭାବରେ କାର୍ଯ୍ୟ କରିଥାଏ । ଏହା ଆମର ପାଚନ ତନ୍ତ୍ର କୁ ସଫା କରି ବ୍ଲଡ କୁ ସଫା କରିବାରେ ସାହାଯ୍ୟ କରିଥାଏ । ଆହୁରି ମଧ୍ୟ
କ୍ଲୋରୋଫିଲ୍ ଡ୍ରିଙ୍କ ଲିଭର୍ କୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ ।
– ରେଡ୍ ବ୍ଲଡ ସେଲ୍ ପ୍ରସ୍ତୁତ କରାଇ ଥାଏ :-
କ୍ଲୋରୋଫିଲ୍ ଦ୍ଵାରା ରେଡ୍ ବ୍ଲଡ ସେଲ୍ ପ୍ରସ୍ତୁତ ହୋଇଥାଏ । ଯଦି ଆପଣ ଏନିମିଆ ଦ୍ଵାରା ପ୍ରଭାବିତ ହେଉଛନ୍ତି ତେବେ କ୍ଲୋରୋଫିଲ୍ ରେ ଭରପୁର ଖାଦ୍ୟ ସେବନ କରନ୍ତୁ ନଚେତ୍ ଏଥିରେ ପ୍ରସ୍ତୁତ ଜୁଷ୍ ସେବନ କରନ୍ତୁ ।
– ଇମ୍ୟୁନିଟି ମଜବୁତ୍ କରିଥାଏ -:
କ୍ଲୋରୋଫିଲ୍ ରେ ଅଲ୍କ ଲାଇନ୍ କେମିକାଲ ମିଳିଥାଏ , ଯାହାକି ଇମ୍ୟୁନିଟି କୁ ମଜବୁତ୍ କରିଥାଏ । ଯଦି ଆପଣ ଏହି ଡ୍ରିଙ୍କ କୁ ସେବନ କରନ୍ତି କିମ୍ବା କ୍ଲୋରୋଫିଲ୍ ଯୁକ୍ତ ଖାଦ୍ୟ ଖାଇବେ ତେବେ ଏହା ଆପଣଙ୍କ ଶରୀର ରୁ ବ୍ୟାକ୍ଟେରିଆ ନାସ କରିଥାଏ । ତେଣୁ କ୍ଲୋରୋଫିଲ୍ ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଶରୀର କୁ ସୁରକ୍ଷିତ ରଖିଥାଏ ।
– ତ୍ଵଚ଼ା କୁ ସୁନ୍ଦର୍ କରିଥାଏ -:
କ୍ଲୋରୋଫିଲ୍ ଶରୀର ରେ ବ୍ୟାକ୍ଟେରିଆ କୁ ରହିବାକୁ ଦେଇ ନଥାଏ । ଏହାଛଡା ରକ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ । କ୍ଲୋରୋଫିଲ୍ ଆମ ଶରୀର କୁ ବିଭିନ୍ନ ପ୍ରକାରର ସମସ୍ୟା ଠାରୁ ଦୂରେଇ ରଖି ସୁରକ୍ଷା ପ୍ରଦାନ କରିଥାଏ ଓ ତ୍ୱାଚା କୁ ସୁନ୍ଦର୍ ରଖିଥାଏ ।
Nalco
Leave A Reply