Odisha news

ନାବାଳିକା ବଧୂ ଉଦ୍ଧାର

0

ରଣପୁର, ୦୭ା୦୨  :  ମଙ୍ଗଳବାର  ରଣପୁର ପୋଲିସ ଓ ଚାଇଲଡ ହେଲ୍ପଲାଇନ ସଦସ୍ୟ   ଏକ ନାବାଳିକା ବଧୂକୁ ଉଦ୍ଧାର କରିଥିବା ଜଣାପଡିଛି  | ମିଳିଥିବା ସୂଚନା ଅନୁସାରେ ନବାଳିକା ଝିଅ ଜଣଙ୍କ ରଣପୁର ବ୍ଲକ ରଣ୍ଡା ଅଞ୍ଚଳର ବୋଲି ଜଣା ପଡିଛି | ନାବାଳିକା ଝିଅର ବୟସ ମାତ୍ର ୧୬ ବର୍ଷ ବୋଲି ରଣପୁର ପୋଲିସ ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା କହିଛନ୍ତି | ତାଙ୍କର ବିବାହ ରଣପୁର ନିକଟସ୍ଥ ରାଜନଗର ଗ୍ରାମର ବିଦ୍ୟା ଜେନାଙ୍କ ପୁଅ କାଳିଆ ଜେନା ସହିତ ହେଉଥିଲା | ଏହି ସମୟରେ ଚାଇଲଡ ହେଲ୍ପ ଲାଇନର ସଦସ୍ୟ ସୁଜାତା ବେହେରା, ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା ଓ ଟିମ ପହଂଚି ଏହି ବାଲ୍ୟ ବିବାହକୁ ଅଟକାଇ ଥିଲେ  | ଏହା ସହିତ ନାବାଳିକା କନ୍ୟାକୁ ଉଦ୍ଧାର କରି ରଣପୁର ଥାନାକୁ ଆଣି ଆସିଥିଲେ  |

Nalco
Leave A Reply