Odisha news

ଚର୍ମବିଣ୍ଡି ରୋଗରେ ଗାଈଗୋରୁ ଆକ୍ରାନ୍ତ , ଚିନ୍ତାରେ ଗୋପାଳକ

0

ବୁଗୁଡ଼ା : ତା ୦୭/୦୨/୨୩ : ବୁଗୁଡ଼ା ଅଞ୍ଚଳରେ ବ୍ଯାପିଛି ଚର୍ମବିଣ୍ଡି ରୋଗ ଆତଙ୍କ l ଆକ୍ରାନ୍ତ ହେଲେଣି ଶହ ଶହ ଗାଈଗୋରୁ l  ବସନ୍ତ ଭଳି ବ୍ୟାପୁଛି ଏହି ରୋଗ l ଏହି ରୋଗରେ ଗାଈଗୋରୁଙ୍କ ଚର୍ମ କଳା ପଡିବା ସହ ବିଭିନ୍ନ ସ୍ଥାନରେ କ୍ଷତ ହୋଇ ରକ୍ତସ୍ରାବ ହେଉଛି l ଏହି ରୋଗ ପାଇଁ କୌଣସି ଔଷଧ ବାହାରି ନଥିବାରୁ ଗୋପାଳକମାନେ ଚିନ୍ତାରେ ପଡିଯାଇଛନ୍ତି l ବୁଗୁଡ଼ା ପ୍ରାଣୀଧନ ଚିକିତ୍ସା ବିଭାଗ ଏହି ରୋଗ ପାଇଁ ବସନ୍ତ ଟୀକା ପ୍ରୟୋଗ କରୁଥିବା ବେଳେ ଏହି ଟୀକା କାମ କରୁନଥିବା ଫଳରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l ଏହା ଏକ ଡିଆଁ ରୋଗ ହୋଇଥିବାରୁ ପ୍ରଥମେ ଏହା ଗ୍ରାମାଞ୍ଚଳର କାଁ ଭାଁ କେଉଁଠି ଆରମ୍ଭ ହୋଇ ପରମୂହୁର୍ତ୍ତରେ  ଅନ୍ୟ ଆଡକୁ ବ୍ଯାପିଥିଲା । ଏ ନେଇ ପ୍ରାଣୀ ଚିକିତ୍ସକ ଭଗବତୀ ପ୍ରସାଦ ଦାଶଙ୍କୁ ପଚାରିବାରେ ଏହି ରୋଗ ପାଇଁ ନିର୍ଦ୍ଧିଷ୍ଟ ଔଷଧ ବାହାରି ନଥିବାରୁ ପ୍ରତିଷେଧକ ଭାବେ ବସନ୍ତ ରୋଗର ଚିକିତ୍ସା ପାଇଁ ଆସୁଥିବା ଟୀକା ଦିଆ ଯାଉଥିଲେ ହେଁ ଏହା କାମ ଦେଉ ନଥିବା ସେ କହିଛନ୍ତି l  ଏବେ ବୁଗୁଡ଼ା ଅଞ୍ଚଳର ବହୁ ଗ୍ରାମରେ ଅନେକ ଗାଈଗୋରୁ ଏହି ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଥିବା ବେଳେ ପ୍ରାଣୀଧନ କର୍ମଚାରୀମାନେ ଧରାଛୁଆଁ ଦେଉ ନଥିବା ଅଭିଯୋଗ ହେଉଛି l ଏହି ସାଙ୍ଘାତିକ ଚର୍ମବିଣ୍ଡି ରୋଗର ପ୍ରତିକାର ବ୍ଯବସ୍ଥା ନକଲେ ବହୁ ଗାଈଗୋରୁ ମୃତ୍ୟୁ ମୁଖରେ ପଡିବା ଆଶଙ୍କା ଦେଖା ଦେଇଛି l

Nalco
Leave A Reply