ନିରାକାରପୁର, ୧୩/୧: ଖୋର୍ଦ୍ଧା ଜିଲ୍ଲା ଛଣଗିରି ମା ଭଗବତୀ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ଆଜି ମା ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ସେମିଫାଇନାଲ ନୀଳଚକ୍ର କ୍ଲବ , ପୁରୀ ଓ ଖୋର୍ଦ୍ଧା ଶରଧାପୁର ସ୍ପୋର୍ଟସ କ୍ଲବମ୍ୟାଚରେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ଖେଳର ପ୍ରଥମାର୍ଦ୍ଧରେ ଖେଳ ବେଶ ସଂଘର୍ଷ ପୂର୍ଣ୍ଣ ଥିବାବେଳେ ଦ୍ୱିତୀୟାର୍ଦ୍ଧର ମାତ୍ର ଏକ ମିନିଟରେ ଶରଧାପୁର ଦଳ ଗୋଟିଏ ସୁନ୍ଦର୍ ଗୋଲ କରି ୧-୦ ସ୍କୋର ରେ ଆଗରେ ରହିଥିଲା। ପରେ ପୁରୀ ନୀଳଚକ୍ର ବହୁ ଚେଷ୍ଟା କରି ଦ୍ୱିତୀୟାର୍ଦ୍ଧ ଶେଷ ପର୍ଯ୍ୟାୟ ରେ ଏକ ଗୋଲ କରି ପରିଶୋଧ କରିବା ଫଳରେ ଉଭାୟଙ୍କ ସ୍କୋର ସମାନ ସ୍ଥିତିକୁ ଚାଲି ଆସିଥିଲା ଶେଷରେ ଟ୍ରାଇବ୍ରେକର ସାହାଯ୍ୟ ନିଆଯାଇଥିଲା। ଏଥିରେ ଖୋର୍ଦ୍ଧା ଶରଧାପୁର ସ୍ପୋର୍ଟସ କ୍ଲବ ୪-୩ ରେ ପୁରୀ କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆଜିର ଖେଳକୁ ଶରତ କୁମାର ଛୋଟରାୟ, ସୁକାନ୍ତ କୁମାର ପ୍ରଧାନ ଓ ଚିତ୍ତରଞ୍ଜନ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଅତିଥିଭାବେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ଓଳସିହ ସମିତି ସଭ୍ୟ ନେତ୍ରାନନ୍ଦ ପ୍ରଧାନ, ସରପାରୀ ସମିତି ସଭ୍ୟ। ସ୍ମିତାଞ୍ଜଳୀ ସାହୁ, ପବିତ୍ର କୁମାର ପାଇକରାୟ, ଦେବରାଜ ଭୂୟାଁ, ସଭାପତି ମାନସ ଦାସ, ସମ୍ପାଦକ ସୁଶାନ୍ତ ଗଜେନ୍ଦ୍ର ଓ କୋଷାଧ୍ୟକ୍ଷ ଶେଖ୍ ଇସ୍ରାଏଲ , ସତ୍ୟଜିତ ଦାସ, କେଳୁ ଚରଣ ସେଠୀ, ପ୍ରଭାତ କୁମାର ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଚୌହାନ, ଅଭିରାମ ପାତ୍ର, ଆନନ୍ଦ ଜେନା, ସଞ୍ଜୟ ବେହେରା, ଉପଦେଷ୍ଟା ଶେଖ୍ ଗୋଲାମ ରସୁଲ, ରମାକାନ୍ତ ପଟ୍ଟନାୟକ, ନୃସିହ ଚରଣ ମହାନ୍ତି, , ସେକ ଶକୁନ, ଟିମା ବେହେରା, ରବୀନ୍ଦ୍ର ସାହୁ, ବିଶ୍ଵନାଥ ପ୍ରଧାନ, ଯୋଗେନ୍ଦ୍ର ସାହୁ ଓ ଭାସ୍କର ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ଦ୍ଵିତୀୟ ସେମିଫାଇନାଲରେ ଘାଟିକିଆ, ବଜରଙ୍ଗୀ ଦଳକୁ ଇଟାମାଟି, ଯଦୁମଣି ସ୍ପୋର୍ଟସ କ୍ଲବ ଭେଟିବ।
