ବ୍ରହ୍ମପୁର ତା ୧୩।୧ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କପର୍ପୋରେଟର ଅଶୋକ କୁମାର ଶୁକ୍ଳ ଙ୍କ ମାତା ରାଜଲକ୍ଷ୍ମୀ ସୁକ୍ଳା (୮୦) ଗତକାଲି ରାତି ପ୍ରାୟ ସାଢେ ନଟା ରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପରାଣୟ ମହିଳା ଥିଲେ।ସ୍ୱର୍ଗତରାଜଲକ୍ଷ୍ମୀ
ନିଜ ସାହି ସାର୍ଗୁଣା ସାହି ସମେତ ବହୁ ଅଞ୍ଚଳ ପରିଚିତ ଥିବା ବେଳେ ଅନେକ ଧାର୍ମିକ କାର୍ଯ୍ୟ କରିଥିଲେ।ସ୍ଥାନୀୟ ଗଣେଶ ନଗର ତୃତୀୟ ଲାଇନ ସ୍ଥିତ ତାଙ୍କ ପୁତ୍ର ଙ୍କ ବାସ ଭବନ ରେ ରହୁଥିବା ବେଳେ ଗତକାଲି ରାତିରେ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା। ଗତି କଛି ଦିନ ହେବ ସେ ଅସୁସ୍ଥତା ରହି ଥୀବା ବେଳେ ଗତକାଲି ରାତିରେ ତାଙ୍କ ମୃତ୍ୟୁ ସଜ୍ୟା ନିକଟରେ ଦୁଇ ପୁଅ ମୁନା ଶୁକ୍ଳ ,ବରିଷ୍ଠ ଆଇନଜୀବୀ ଅଶୋକ କୁମାର ଶୁକ୍ଳ, ବୋହୁ କର୍ପୋରଟର ସଂଧ୍ୟାରାଣୀ ସୁକ୍ଳ,ମିରା ସୁକ୍ଳ,
ନାତି ଶ୍ରୀଧର,ନାତୁଣି ଶିଳ୍ପା,ଅନିଶା,ଅମିଶା,ନାତୁଣି ଯୋଇଁ ଚନ୍ଦ୍ର ଶେଖର ଦାସ ସମେତ ବାବୁଲା ପାଣିଗ୍ରାହୀ ଉଦୟ ନାଥ ପାଣିଗ୍ରାହୀ ଙ୍କ ସମେତ ଅଞ୍ଚଳ ବହୁ ବାସିନ୍ଦା ଉପସ୍ଥିତ ଥିଲେ। ଫାଷ୍ଟ ଗେଟ୍ ନିକଟସ୍ଥ ତେଲି ମଷାମି ରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
