ଚଣ୍ଡିଖୋଲ/ଛତିଆ : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ପ୍ରେସ କ୍ଲବର ଏକ ସାଧାରଣ ସଭା ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମ ନବ ବର୍ଷ ଅବସରରେ ଅନୁଷ୍ଠିତ ହୋଇଯାଇଛି! ଏଥିରେ କ୍ଲବର ସମସ୍ତ ସଦସ୍ୟ ଯୋଗଦେଇ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କିତ ସ୍ଥାନୀୟ ଖବର ପ୍ରକାଶନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଥିଲେ! ବିଶେଷକରି ଖବର ସଗ୍ରହ ଓ ପ୍ରସାରଣ କ୍ଷେତ୍ରରେ କିପରି ଏକଜୁଟ ହୋଇ ସମସ୍ତେ କାର୍ଯ୍ୟ କରିପାରିବେ ଓ ଖବର ସଗ୍ରହ ସମୟରେ ସାମ୍ବାଦିକ ମାନଙ୍କ ପାଇଁ ଦେଖାଦେଉଥିବା ସମସ୍ୟାକୁ କିପରି ମିଳିତଭାଵେ ସମାଧାନ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା ହେବାସହ ପ୍ରେସ କ୍ଳବର ପଞ୍ଜିକରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା!ଏଥିରେ ସାମ୍ବାଦିକ ସର୍ବଶ୍ରୀ ଦିଗମ୍ବର ମହାପାତ୍ର, ମୋହନ ଖିଲାର, ଜୟକାନ୍ତ ରାଉତ, ହୃଷିିକେଷ ପୃଷ୍ଟି, ଶରତ ନାୟକ, କାର୍ତ୍ତିକ ରାଉତ, କମଳା କାନ୍ତ ପାଲ୍, ଚନ୍ଦ୍ରଶେଖର ପୃଷ୍ଟି, ସୌମ୍ୟରଞ୍ଜନ ସାହୁ, ଭଜନ ହରି ପୃଷ୍ଟି, ବେଦ ପ୍ରକାଶ ନାୟକ, ଦିଲ୍ଲୀପ ବରାଳ, ବ୍ରଜ ଗୋପାଳ ଦାସ, ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ!ଶେଷରେ ସମସ୍ତ ସାମ୍ବାଦିକ ବଣଭୋଜିରେ ସାମିଲ ହୋଇଥିଲେ!