ନିରାକାରପୁର,୭/୧: ମିଲର ଓ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଧାନ କଟନିଛଟନିକୁ ନେଇ ଚାଷୀଙ୍କ ବିରୋଧ।ଆଜି ଖୋର୍ଦ୍ଧା ଜିଲ୍ଲା କାଶିପୁର ସେବା ସମବାୟ ସମିତି ମଣ୍ଡି ଖୋଲିବାର ଥିଲା ଚାଷୀ ମାନଙ୍କୁ ଟୋକନ ମିଳିଥିଲା । ଚାଷୀ ମଣ୍ଡିକୁ ଧାନ ଧରି ଆସିଥିବା ବେଳେ ମଣ୍ଡି ଉଦଘାଟନ ହୋଇ ପାରିନାହିଁ।ମଣ୍ଡି ଉଦଘାଟନ ପୂର୍ବରୁ କଟନିଛଟନି କୁ ବିରୋଧ କରିଛନ୍ତି ଚାଷୀ । ସେପଟେ କଟନିଛଟନି ନହେଲେ ମିଲର ଧାନ ଉଠାଇବନାହିଁ ବୋଲି ଜିଦରେ ଅଟଳ।
ପ୍ରକାଶ ଥାଉ କି ଖୋର୍ଦ୍ଧା ଜିଲ୍ଲାରେ ଧାନ ମଣ୍ଡି ଖୋଲୁ ଖୋଲୁ ଆନ୍ଧ୍ର ମିଲର ମାନେ ଦଲାଲଙ୍କ ମାଧ୍ୟମରେ ହଜାର ହଜାର କୁଇଣ୍ଟାଲ ଧାନ ଗାଁ ଗହଳି ଚାଷୀଙ୍କ ଠାରୁ ଶାଗମାଛ ଦରରେ କିଣି ଟ୍ରକରେ ବୋହି ନେଇ ପଳାଉ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଚାଷୀଙ୍କ ଠାରୁ ସରକାର ଧାନ କିଣିଲା ବେଳେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମିଲର ମାନେ ବିଭିନ୍ନ ଆଳ ଦେଖାଇ ଚାଷୀ ମାନଙ୍କୁ ହଇରାଣ ହରକତ କରୁଥିବା ଦେଖିବାକୁ ମିଳିଛି। ମଣ୍ଡିରୁ ମିଲର ଧାନ ଉଠାଉ ନଥିବା ବେଳେ ପ୍ରତି କୁଇଣ୍ଟାଲ ପିଛା ୫ କେଜି ଧାନ କଟନିଛଟନି କରିିିବା ପାଇଁ ସର୍ତ୍ତ ରଖିଥିବା ଜଣାପଡିଛି।କିଛି ଦିନ ପୂର୍ବରୁ ଖୋଲିଥିବା ବଡପୋଖରୀଆ, ରାମେଶ୍ୱର ସେବା ସମବାୟ ସମିତିରୁ ଧାନ ଉଠିବା ବେଳେ କୁଇଣ୍ଟାଲ ପିଛା ୫କେଜି କଟାଯାଇଥିବା ଦେଖିବାକୁ ମିଳିଥିଲା।
ଅନ୍ୟ ସେବା ସମବାୟ ସମିତିରେ ଚାଲିଥିବା ମଣ୍ଡି ରେ କଟନିଛଟନି ହେଉଥିବା ଜାଣି ଲେଣ୍ଡୋ,କାଶିପୁର, ନୂଆଗଡ,ଗୋଳବାଇ ସେବା ସମବାୟ ସମିତି ଅଧିନରେ ପଂଜିକୃତ କରିଥିବା ଚାଷୀମାନେ ବିରୋଧ କରିଛନ୍ତି।ଅନ୍ୟପଟେ ପଂଜିକରଣ କରିଥିବା ଚାଷୀ ମାନଙ୍କୁ ଟୋକନ ଦିଆଇଥିବା ବେଳେ ଯାହାର ୬୦ କୁଇଣ୍ଟାଲ ରୁ ଉର୍ଦ୍ଧ୍ବ ଟୋକନ ମିଳିଛି ସେମାନେ ଏକ କାଳୀନ ୬୦କୁଇଣ୍ଟାଲରୁ ଉର୍ଦ୍ଧ୍ବ ଧାନ ମଣ୍ଡିରେ ଦେଇପାରିବେନାହିଁ ବୋଲି ଏକ ନିର୍ଦ୍ଧଶନାମା ଜାରୀ କରିଛି ପ୍ରଶାସନ ଯାହାକୁ ଚାଷୀ ମାନେ ଦୃଢ ବିରୋଧ କରିଛନ୍ତି।ଧାନ କଟନିଛଟନି ନ କରି ସଠିକ୍ ମାନ ନିର୍ଦ୍ଧାରଣ କରି ଧାନ ନେବାକୁ ଚାଷୀ ଦାବି କରି ଥିବା ସହ ଟୋକନ ମିଳିଥିବା ଅନୁଯାୟୀ ଧାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି।ଆଗାମୀ ଦିନରେ ମଣ୍ଡି ସମସ୍ୟା ସମାଧାନ ନହେଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେବା ସହିତ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ ସରକାର ଦାୟୀ ରହିବେ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। କିନ୍ତୁ ଆଜି ଚାଷୀ ଓ ମିଲର ମଧ୍ୟରେ କଟିନଛଟିନକୁ ଛକାପଞ୍ଝା ଲାଗି ରହିଥିଲା। ଆଗକୁ କିଛି ଗୋଟେ ତୁଟିବାର ରହିଛି ବୋଲି ଶୁଣିବାକୁ ମିଳିଛି।
